Breaking News

ବିଦ୍ୟୁତ ଆଘାତରେ କର୍ମଚାରୀ ଆହତ

 କନ୍ଧମାଳ--  କନ୍ଧମାଳ ଜିଲ୍ଲା ଅର୍ନ୍ତଗତ ବାଲିଗୁଡା  ବିଦ୍ୟୁତ ଡିଭିଜନର ଜଣେ କର୍ମଚାରୀ  ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ କେ ନୂଆଗାଁ ବ୍ଳକର ସାଇନପଡା ପଞ୍ଚାୟତର ପିଣ୍ଟୁ ପ୍ରଧାନ ପାଟଖଣ୍ଡା ସାହିରେ ବିଦ୍ୟୁତ ଖୁଣ୍ଠରେ ଚଡି କାମ କରୁଥିଲେ  । ମାତ୍ର କାମ କରୁଥିବା ବେଳେ ବିଦ୍ୟୁତ ତାରରେ ହାତ ବାଜି ଯିବାରୁ ବିଦ୍ୟୁତ ଆଘାତ ଲାଗିବାରୁ ସେ ଖୁଣ୍ଠରୁ ତଳକୁ ପଡିଯାଇଥିଲେ  । ତାଙ୍କୁ ସ୍ଥାନୀୟ ଲୋକମାନେ  ଓ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ  । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବିଦ୍ୟୁତ ବିଭାଗର ଅଧିକାରୀ ମାନେ କର୍ମଚାରୀ  ମାନଙ୍କୁ  କୌଣସି ସେଫିଟ କିଟ୍ ପ୍ରଦାନ କରାଯାଉ ନାହିଁ  । ସେହିପରି ଅନେକ ସମୟରେ ବିଦ୍ୟୁତ କର୍ମଚାରୀ ମାନେ ଖୁଣ୍ଠରେ ଚଡିବା ସମୟରେ କିପରି ବିଦ୍ୟୁତ ଆଘଶତ ଲାଗୁଛି ତାହା ସଠିକ ତଦନ୍ତ କରିବା ପାଇଁ ଜଣସାଧାରଣରେ ଦାବୀ କରାଯାଇଛି  ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା


Blog Archive

Popular Posts