>>
  • କେବେ ହେବ ସହର ମୁଖ୍ୟ ରାସ୍ତା ସମ୍ପ୍ରସାରଣ , ଦିନକୁ ଦିନ ରାସ୍ତା ହେଉଛି ସଂକୁଚିତ
  • >>
  • ଆଇଆଇଟି ଭୁବନେଶ୍ୱରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ସମ୍ମିଳନୀ ଅନୁଷ୍ଠିତ
  • >>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • ଅଜଣା ଚର୍ମ ରୋଗରେ ସଢ଼ୁଛନ୍ତି ଅତାବିରା ଏନଏନସିର ୧୦ ନଂ ୱାର୍ଡ ବାସିନ୍ଦା

    ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସିର ୧୦ ନଂ ୱାର୍ଡରେ ବ୍ୟାପିଛି ଅଜଣା ଚର୍ମ ରୋଗ । ଏହି ରୋଗରେ ଏବେ ପଡାବାସୀ ମାନେ ସଢ଼ୁଛନ୍ତି । ରୋଗରୁ ମୁକ୍ତି ପାଇବା ପାଇଁ ୧୦ ନଂ ୱାର୍ଡର ବରଟିକ୍ରା ବରତଲ ପଡାର ବାସିନ୍ଦା ମାନେ ଏବେ ସବ୍ୱସାନ୍ତ ହୋଇଗଲେଣି । ଉକ୍ତ ପଡାରେ ପ୍ରାୟତ ଦିନ ମଜୁରିଆ ପରିବାର ରହନ୍ତି । ପ୍ରଥମେ ଲୋକଙ୍କ ଦେହ ହାତ ମୁଣ୍ଡ, ବେକ, ପେଟ ଏପରିକି ସମସ୍ତ ଅଞ୍ଚଳ କୁଣ୍ଡାଇ ହୋଉଛି । ତା ପରେ ପରେ କୁଣ୍ଡାଇବା ସମୟରେ ବହୁତ ଭଲ ଲାଗୁଛି । ପରେ ପରେ ଉକ୍ତ ଯାଗାରୁ ପାଣି ଦେଉଛି ପାଣି ଯେଉଁଠି ଲାଗୁଛି ସେ ଯାଗା ସେହପରି କୁଣ୍ଡାଇ ହୋଇ ଦାଗ ପଡିବା ଆରମ୍ଭ ହୋଉଛି ।  କିଛି ଦିନ ପରେ ଯାଦୁ ପରି ଦିଶୁଛି । ଦିନକୁଦିନ ଏହି ରୋଗରେ ଘରର ସମସ୍ତ ସଦସ୍ୟଙ୍କୁ ହୋଉଛି । ଡାକ୍ତରୀ, ଆୟୁର୍ବେଦ ଓ ହୁମପାତି ମେଡିସିନ ଖାଇବା ପରେ ମଧ୍ୟ ଏହି ରୋଗ କମିବାର ନାଁ ଗନ୍ଦ ଧରୁନାହିଁ  । ଏ ସମ୍ପର୍କରେ ଜଣେ ଚର୍ମ ବିଶେଷଜ୍ଞଙ୍କୁ ପଚାରିବାରୁ ସେ କହନ୍ତି ଏହି ରୋଗ ହୋଉଛି ଚର୍ମ ରୋଗ  । ବହୁ ବିପଦ ପୂର୍ଣ୍ଣ ରୋଗ ଏହା ଅଟେ  । ଏହୀ ରୋଗକୁ ଯଦି ରୋକା ନଯିବ ତାହେଲେ ଅତାବିରା ବ୍ଳକ ଓ ଏନଏସିର ସମସ୍ତ ଅଞ୍ଚଳକୁ ବ୍ୟାପିଯିବ । ବିଶେଷ କରି ଏହା ଦୁଷିତ ପାନୀୟ ଜଳ ବ୍ୟବହାର ଯୋଗୁ ଏହି ରୋଗ ହୋଇଥାଏ ବୋଲି ଡାକ୍ତର ଜଣଙ୍କ ତାଙ୍କ ନାମ ଗୋପନ ରଖି ଖହନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ବରଟିକ୍ରା ବରତଲ ପଡାର ବାସିନ୍ଦା ମାନେ ଯେଉଁ ପୋଖରୀ ପାଣି ବ୍ୟବହାର କରନ୍ତି ସେଇ ପୋଖରୀରେ ଏନଏସି ମାଛ ଚାଷ କରୁଛି । ମାଛ ବଡିବା ପାଇଁ ଖାଦ୍ୟ ଦେବା ସହ ବିଭିନ୍ନ କୁକୁଡା ଫାର୍ମରୁ ବାହାରୁଥିବା ବଜ୍ୟବସ୍ତୁ ଓ ମଳ ସହିତ ବଳକା ଖାଦ୍ୟ ଆଣି ଏହି ପୋଖରୀରେ ପକାଯାଉଛି । ସେହିପରି ପାଖରେ ଥିବା କେତକ ରାଇସିମିଲର ଅଳିଆ ଅବର୍ଜନା ସହିତ ମିଲରୁ ବାହାରୁଥିବା ଅପରିଷ୍କାର ପାଣି ଏହି ପୋଖରୀକୁ ଛଡାଯାଇଛି । ଯାହା ଫଳରେକି ଉକ୍ତ ପଡା ବାସୀ ମାନେ ଏହି ପୋଖରୀ ପାଣି ବ୍ୟବହାର କରିବା ଯୋଗୁ ଏହି ରୋଗ ବ୍ୟାପୁଥିବାର ଜଣାପଡିଛି  । ତୁରନ୍ତ ଜିଲ୍ଲାପାଳ ନଜର ଦେବା ସହ ଏହି ରୋଗର ଚିକିତ୍ସା ପାଇଁ ସୁବନ୍ଦୋବସ୍ଥ କରିବାକୁ ଉକ୍ତ ୧୦ ନଂ ୱାଡର ଅଧିବାସୀ ମାନେ ନିବେଦନ କରିଛନ୍ତି ।
    ବରଗଡରୁ ନବୀନ ଦାଶ



    Blog Archive

    Popular Posts