Breaking News

ସତ୍ୟବାଦୀରେ ରଜରେ ପୁଚି, ଦଉଡିିଡିଆଁ, ମିଉଜ୍ୟୁକିଚେୟାର ଖେଳ ପ୍ରତିଯୋଗିତା

ସାକ୍ଷୀଗୋପାଳ--- ସତ୍ୟବାଦୀ କଳା ସଂସଦ ପକ୍ଷରୁ ଆୟୋଜିତ ରଜ ମହୋତ୍ସବକୁ କ୍ଳବ ସତ୍ୟବାଦୀର ମିଳିତ ସହଯୋଗରେ  ସାକ୍ଷୀଗୋପାଳ ସିହଦ୍ୱାର ସମ୍ମୁଖରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ରଜ ମହୋତ୍ସବ ପାଳିତ ହୋଇଯାଇଛି  । ଏହି ଅବସରରେ ପୁଚି, ଦଇଡି ଡିଆଁ, ମିଉଜ୍ୟୁକି ଚେୟାର ପ୍ରତିଯୋଗିତା କରାଯାଇଥିଲା  । ଏହାକୁ କ୍ଳବ ସତ୍ୟବାଦୀର ସମ୍ପୀଦକ ଆଲେକ ଖୁଣ୍ଠିଆଙ୍କ ସହ ସଦସ୍ୟ ବିକ୍ରମ କୁମାର ପାତ୍ର. ରୁବିନା ସାହୁ, ତେଫାନ ବେହେରା ପ୍ରମୁଖ ପରିଚାଳନା କରିଥିଲେ  ।  ସଂଧ୍ୟାରେ ଆୟୋଜିତ ରଜ ମହୋତ୍ସବ ସଭାରେ ଯୋଗ ଦେଇଥିବା ଅତିଥି ମାନେ ସଫଳତା ହାସଳ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର କରିଥିଲେ  । ସେହିପରି ଏ ବର୍ଷ ରଜ ମହୋତ୍ସବକୁ ବାତ୍ୟା ଫାନି ଉଡାଇ ନେଇଛି । ରଜ ପ୍ରତି ଗ୍ରାମରେ ଓ ପ୍ରତି ପରିବାରରେ ପାଳନ କରାଯାଉଛି ମାତ୍ର ସେଭଳି ମନରେ ହରଷଥିଲା ଭଳି ଲାଗୁନଥିଲା  । ପିଠାର ମହକ ନଥିଲା କି ରଜ ଦୋଳି ଗୀତ ସେଭଳି ଶୁଣିବାକୁ ମିଳିନଥିଲା । ତଥାପି ଓଡିଆ ଘରର ରଜପର୍ବ ପାଳିତ ହୋଇଯାଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts