Breaking News

ବିଦ୍ୟାଳୟରୁ ଭଙ୍ଗା ଆଜବେଷ୍ଟସ ସଫାକଲା ବିଜୁ ଯୁବ ବାହିନୀ

ଡେଲାଙ୍ଗ ---ଫାନି ବାତ୍ୟାରେ ବିଦ୍ୟାଳୟ ଗୁଡିକରେ ଭାଙ୍ଗି ପଡିଥିବା ଆଜବେଷ୍ଟସ ଗୁଡିକ ସଫା କରିଛନ୍ତି ବିଜୁ ଯୁବ ବାହିନୀ   । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଡେଲାଙ୍ଗ ବ୍ଳକ ବିଡିଓ କ୍ଷୀରୋଦ  ପ୍ରଧାନଙ୍କ ତତ୍ୱବଧାନରେ ୨୧ଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରୁ ଭାଙ୍ଗି ପଡିଥିବା  ଆଜବେଷ୍ଟସ ଗୁଡିକ ସଫାସୁତରା କରି ଏକାଠି ଗଦାଯାଇଛି   । ଏଥିପାଇଁ ରାଜ୍ୟ ଯୁବ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ବିଜୁ ଯୁବ ବାହିନୀ ସଂଗଠନକୁ ୫ ହଜାର ଟଙ୍କା ଅର୍ଥ ଅନୁମୋଦନ କରାଯାଇଥିବା ବ୍ଳକ ବିଜୁ ଯୁବ ବାହିନୀର ସଂଯୋଜକ ପ୍ରପୁଲ କୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts