ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କା ବଜେଟ୍ ମଞ୍ଜୁର
ଭୁବନେଶ୍ୱର--- ପୁରୀ ଜିଲ୍ଲାର ସତ୍ୟବାଦୀରେ ଅନୁଷ୍ଠିତ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କା ଶୁକ୍ରବାର ରାଜ୍ୟ ସରକାର ଚଳିତ ପୂର୍ଣ୍ଣାଙ୍ଗ ବଜେଟରେ ମଞ୍ଜୁର କରିଛନ୍ତି । ଏହି ଅର୍ଥ ମଞ୍ଜୁର କରିବାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମନ୍ତରା ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସହଯୋଗ ଓ ପ୍ରଚେଷ୍ଟା ରହିଛି । ଏହା ଆଗରୁ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ଅର୍ଥ ମଞ୍ଜୁର ହୋଇ କିଛି ଖର୍ଚ୍ଚ କରାଯାଇ କାମ ଆରମ୍ଭ କରାଯାଇଛି । ବହୁ ଶିଘ୍ର ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଛନ୍ତି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି