ଡେଲାଙ୍ଗ ତହସିଲ ପକ୍ଷରୁ ପ୍ରଥମ ଦିନରେ ୧୭୬୧ ଜଣଙ୍କୁ ଘରଭଙ୍ଗା ଅର୍ଥ ପ୍ରଦାନ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକରେ ବାତ୍ୟାରେ କ୍ଷତିଗସ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ମିଳିବାରେ ବିଳମ୍ବ ସମ୍ପର୍କେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ନଜର କରି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ବ୍ଳକରେ ଗୁରୁବାର ଦିନ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପରିବାର ମାନଙ୍କୁ ସରକାରୀ ସାହାର୍ଯ୍ୟ ମିଳିଛି । ପ୍ରଥମ ପର୍ଯ୍ୟାୟରେ ୧୭୬୧ ଜଣଙ୍କୁ ୫୬.୩୫.୨୦୦ଟଙ୍କା ଅର୍ଥ ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ପଠାଯାଇଥିବା ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ଠାରୁପ୍ରକାଶ । ପ୍ରଥମ କିସ୍ତିରେ ପ୍ରତି ପରିବାରଙ୍କୁ ୩ହଜାର ୨ଶହ ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହା ପ୍ରଦାନ କରାଯାଇଛି । ପଞ୍ଚାୟତରେ ଚିଠା ତାଲିକା ପ୍ରସ୍ତୁତି କରାଯାଇଛି । ୪୪ଜଣଙ୍କର କଚାଘର ସମ୍ପର୍ଣ୍ଣ ଭାଙ୍ଗିଯାଇଛି । କ୍ଷତିଗସ୍ତ କଚାଘର ସଂଖ୍ୟା ୧୨ ହଜାର ୪୮୨ ଜଣ, ଗୁରୁତର ପକ୍କାଘର କ୍ଷତିଗସ୍ତ ୨୪ ଜଣ ଓ ଆଶିଂକ କ୍ଷତିଗସ୍ତ କଚା ଘର ୮ ହଜାର ୧୪ ଜଣଙ୍କର ସେହିପରି ଆଶିଂକ କ୍ଷତିଗସ୍ତ ପକ୍କାଘର ୩ହଜାର ୯୩୨ ଗଣଙ୍କର । ମୋଟ ୨୪ ହଜାର ୫୯୪ ଜଣ ଘର ଭଙ୍ଗା ତାଳିକାରେ ସାମିଲ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ଭୁତିଆଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି