Breaking News

ଧାନ ମଣ୍ଡିରେ ରାଜନୀତି ; ପ୍ରଥମେ ବ୍ୟବସାୟୀ ଓ ବଡ ଚାଷୀର ଧାନ ଉଠୁଛି ଛୋଟ ଚାଷୀର ଧାନ ପଡିଛି ମଣ୍ଡିରେ

 ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ଥିବା ଆର. ଏସ.ସି ଅଧିନରେ ବିଭିନ୍ନ ସ୍ଥାନରେ ୧୯ଟି ଧାନ ମଣ୍ଡି ଖୋଲିଛି । ଏହି ଧାନ ମଣ୍ଡିରେ ଚାଲିଛି ରାଜନୀତି  । ଏଠାରେ ବଡ ବଡ ଚାଷୀ ଓ ବ୍ୟବସାୟୀ ମାନଙ୍କର ଧାନ ସରକାରୀ ଦରରେ କିଶାଯାଉଥିବା ବେଳେ ଛୋଟ ଛୋଟ ଚାଷୀ ମାନଙ୍କର ଧାନ ଦୀର୍ଘଦିନ ହେବ ଧାନ ମଣ୍ଡିରେ ପଡି ରହିଛି ବୋଲି ଲୋତକ ଭରା ଆôରେ ଚାଷୀ ମାନେ ଅଭିଯୋଗ କରିଥିବା ଜଣାପଡିଛି । ଅନ୍ୟ ବର୍ଷ ତୁଳନାରେ ଏ ବର୍ଷ ଅତାବିରା ବ୍ଳକରେ ଧାନ ଚାଷ ବହୁତ ଭଲ ହୋଇଛି । ଯାହା ଫଳରେକି ଚାଷୀ ମାନେ ଘରେ ଧାନ ରଖିବାକୁ ଯାଗା ନାହିଁ  । ସରକାରୀ ଧାନ ମଣ୍ଡିରେ ଧାନ ବିକ୍ରୟ କଲେ ସେମାନେ ଦି ପଇସା ଅଧିକ ପାଇବେ ବୋଲି ଆଶା କରି ଆସିକି ଏବେ ଏଠାରେ ନା ନା ଅସୁବିଧାରେ ପଡିଛନ୍ତି । ବ୍ୟବସାୟୀ ଓ ବଡ ଧାନ ଚାଷୀ ମାନେ ଫୋନ କରି ଦେଲେ ସେମାନଙ୍କ ଧାନ ମଣ୍ଡିରୁ ଉଠୁଛି । ମାତ୍ର ସେଠାରେ ଛୋଟ ଚାଷୀ ମାନଙ୍କର ଧାନ ଖୋଲା ଆକାଶ ତଳେ ପଡି ରହିଛି । ମୌସୁମୀ ଆସିବାକୁ ବସିଲାଣି ବର୍ଷା ଅସରାଏ ହେଲେ ଚାଷୀ କରିବେ କ’ଣ  । ସେମାନଙ୍କ ଧାନ ଓଦା ହେବା ସହ ରଙ୍ଗ ମଧ୍ୟ ବଦଳିଯିବ । ତା ପରେ ମିଲର ଓ ଆର. ଏମ. ସି କତୃପକ୍ଷ ଏ ଧାନ ଯାଇ ପାରିବ ନାହିଁ ବୋଲି ଛାଷୀଙ୍କୁ କହିବ ତା ପରେ ହେବ ଚାଷୀ ସହିତ ଆଲେଚନା  । କୁଇଣ୍ଟାଲ ପ୍ରତି ୧୦ କେଜି କାଟ ଦେଲେ ଏହି ଧାନ ଉଠିବ ବୋଲି ଜଣେ ଚାଷୀ କହନ୍ତି । ଯେଉଁ ଚାଷୀ ମାନେ ୧୦ କେଜି କାଟ ହେବାକୁ ଅରାଜି ହେବେ ସେମାନଙ୍କ ଧାନ ଉଠି ପାରିବ ନାହିଁ  । ଯାହାକି ବର୍ଷା ଯୋରସୋର ହେଲେ ଧାନର ମାନ ଗୁଣ ଓ ଓଦା ହୋଇଯିବା ପରେ ମିଲର ତା ମନ ଅନୁସାରେ କାଟ କରି ନେବ ସେ ସମୟକୁ ବର୍ତ୍ତମାନ ମିଲର  ଓ ଆରଏମସି କତୃପକ୍ଷ ଅପେକ୍ଷା କରିଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ଧାନ ମଣ୍ଡି ଦାୟତ୍ୱରେ ଥିବା ଅଧିକାରୀ ମାନେ କହନ୍ତି ଆମେ ପ୍ରଥମେ ବାହାରେ ଥିବା ଚାଷୀ ମାନଙ୍କର ଧାନ କିପରି ଉଠିବ ସେ ଦିଗପ୍ରତି ନଜର ଦେଉଛୁ । ଏହା ସହିତ ଆମ ନିୟମ ଅନୁସାରେ ମଣ୍ଡିରୁ ଧାନ ଉଠୁଛି ବୋଲି ସଫେଇ ଦେଇଛନ୍ତି । ସେ ଯାହା କିଛି ହେଉନା କାହିଁକି ଗୋଟିଏ ପଟେ ରାଜ୍ୟ ସରକାର ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାଷୀଙ୍କୁ ସଚେତନତା କରୁଥିବା ବେଳେ ଅନ୍ୟ ପକ୍ଷେ ଚାଷୀ ଧାନ ମଣ୍ଡିକୁ ଆଣିବା ପରେ ସେ ଯେଉଁ ପରି ଅଧିକାରୀ ମାନଙ୍କ ଦ୍ୱାରା ଶୋଷଣ ହୋଉଛି ତାହା କେହି ଦେଖିବଚୁ କେହି ନାହାନ୍ତି  । ଦେଖାଯାଉ ଜିଲ୍ଲା ପ୍ରଶାସନ ଏହି ଛୋଟ ଛୋଟ ଚାଷୀ ମାନଙ୍କର ଧାନମଣ୍ଡିରୁ ଧାନ ଉଠୁଛି ତାହା ଦେଖିବାକୁ ବାକି ରହିଲା  ।
ବରଗଡରୁ ନବୀନ କୁମାର ଦାଶ


Blog Archive

Popular Posts