Breaking News

ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ଗଛ ଲଗାଇ ପାଳନ କଲେ ବିବାହ ବାର୍ଷିକୀ


ଓଡଗାଁ-----ଆଜିର ଦିନରେ ସମସ୍ତେ କିଛି ନା କିଛି ନୁଆ କରି  ନାଁ କରିବା ପାଇଁ ଲାଗିପଡିଛନ୍ତି । ଆଉ କିଛି ବ୍ୟକ୍ତି  ବିଶେଷ ପରିସ୍ଥିତି କୁ ନଜର କରି ଓ ଆଜିର ଏ ଯୁବ ପିଢୀଙ୍କୁ ନୂତ୍ତନ ବାର୍ତ୍ତା ଦେଇଥାନ୍ତି । ସୈହିପରି ଜଣେ ଯୁବକ ତଥା ନୟାଗଡ ଶରଣକୂଳ ବିଦ୍ୟୁତ ବିଭାଗ କର୍ମଚାରୀ ଜ୍ଞାନ ରଞନ ତ୍ରୀପାଠୀ ଓ ପତ୍ନୀ କାଜଲ ତ୍ରୀପାଠୀ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ଗଛ ଲଗାଇ ପାଳନ କଲେ ଦ୍ବିତୀୟ ବିବାହ ବାର୍ଷିକୀ ଉସ୍ଥବ । ସାଙ୍ଗ ସାଥୀ ନା ବନ୍ଦୁ ବାନ୍ଧବ କେହି ନ ଥିଲେ । ନା ଥିଲା କେକ୍ ନା ଭୋଜିଭାତର ଆସର । ବିବାହ ର ଦ୍ବିତୀୟ ବାର୍ଷିକୀ ଓଡଗାଁର ପଥରା ବୃଦ୍ଧାଶ୍ରମରେ ଅନ୍ତେବାସୀ ଙ୍କୁ ସକାଳ ଜଳଖିଆ ବାଣ୍ଟିବା ସହ ୨ ଟି ବର , ଓସ୍ତ ଏବଂ ଔଷଧୀୟ ଚାରା ରୋପଣ କରି ପାଳିଲେ ବିବାହ ବାର୍ଷିକୀ ।  ବିବାହ ବାର୍ଷିକୀ ରେ ସାଧାରଣତଃ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଡାକି କେକ କଟାଯିବା ସହ ଭୋଜି ଭାତର ଆସର ଜମିଥାଏ । ଏପରିକି ଘର ହେଉ କିମ୍ବା ରେସ୍ତୋ ରାଓଂ ରେ ପାଳନ କରାଯାଇ ବହୁ ଖର୍ଚ୍ଚାନ୍ତ ହେବାକୁବପଡେ।ମାତ୍ର ଜ୍ଞାନଙ୍କ କ୍ଷେତ୍ର ରେ ଥିଲା କିଛି ଅଲଗା । ବର୍ତ୍ତମାନର ପରିବେଶ ର ପ୍ରଦୂଷଣ ଭୟାନକ ଭାବେ ବଢିଛି । ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ । ଏଥିପ୍ରତି ସଚେତନତା ସୃଷ୍ଟି କରିବାପାଇଁ ଏହି ଦମ୍ପତ୍ତି ସେମାନଙ୍କ ଦ୍ବିତୀୟ ବିବାହ ବାର୍ଷିକୀ
ଏଭଳି ଭାବେ ପାଳନ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ବର୍ଷରେ ନିଜର ଜନ୍ମଦିନ , ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାଇବା ଉଚିତ୍ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।  ଏହା ଫଳରେ ପରିବେଶ ସନ୍ତୁଳନ ହେବା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ ।  ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts