ବ୍ରିଜ କାନ୍ଥରେ ମାଡ ହୋଇ ଦୁଇ ଯୁବକ ମୃତ୍ୟୁ
ପିପିଲି--- ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥର ନଂ-୩୧୬ର ସାତଶଙ୍ଖ ଫାଣ୍ଡି ନିକଟସ୍ଥ ଉତ୍ତରାୟଣୀ ବ୍ରିଜ କାନ୍ଥରେ ଦୁଇ ଜଣ ଯୁବକ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ମୃତକଙ୍କ ଘର ପିପିଲି ଥାନା ଅନ୍ତର୍ଗତ ଯାଯପୁର ଗ୍ରାମର ମିହିର ଜାହିର (୧୮) ଓ ଗୌରା ଖାଁ (୧୯) । ଦୁଇ ଜଣ ଏକ ନୂଆ ହୁଣ୍ଡା ନାଲରଙ୍ଗର ମଟର ସାଇକେଲରେ ପୁରୀ ଅଭିମୁଖେ ଯାଉଥିଲେ । ସାତଶଙ୍ଖ ଫାଣ୍ଡି ନିକଟସ୍ଥ କଣାସ କେନାଲ ବ୍ରିଜ କାନ୍ଥରେ ମାଡ ହୋଇ ରାସ୍ତା ଉପରେ ଛିଟିକି ପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଓ ଫାଣ୍ଡିର କର୍ମଚାରୀ ମାନେ ଦୁଇଜଣ ଯୁବକଙ୍କୁ ପିପିଲି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ଏକ କେସରୁଜ କରି ଶବବ୍ୟବଛେଦ ପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର