ଦୁର୍ଗାପୂଜା ପାଇଁ ରାବଣ ବରଣ
ଅତାବିରା------ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଦୁର୍ଗାପୂଜା ପାଇଁ ଶୁକ୍ରବାର ଦିନ ସ୍ଥାନୀୟ ଦୁର୍ଗାମନ୍ଦିର ପ୍ରାଙ୍ଗଣରେ ରାବଣ ବରଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ସରଳା ଗ୍ରାମର ଭୁବନେଶ୍ୱର ପ୍ରଧାନଙ୍କୁ ଏଥର ଅତାବିରା ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ପୁଷ୍ପମାଲ୍ୟ,ନଡ଼ିଆ,ସିନ୍ଦୁର ପ୍ରଦାନ କରି ବରଣ କରାଯାଇଥିଲା । ଦୂର୍ଗାପୂଜା କମିଟିର ସଭାପତି ଦୈତାରି ପଧାନଙ୍କ ସମେତ ଉନ୍ନି କ୍ରୀଷ୍ଣ ନାୟାର, ପପୁନ ପଧାନ,ଅଶୋକ ପଧାନ ସୁରେନ୍ଦ୍ର ସ୍ୱାଇଁ,ମଣ୍ଟୁ ପଣ୍ଡା,ଜିତେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ତାଙ୍କ ଅଭିନୟ କରିବେ ବୋଲି ଅତାବିରା ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପଧାନଙ୍କ ଠାରୁ ପ୍ରକାଶ ।