ଦୁର୍ଘଟଣା ପାଇଁ ଏନଏସି ଓ ଆରଏମସି ପଇସା ଆଦାୟ କରେ ସେ ହେଉଛି ବରଗଡ ଜିଲ୍ଲାର ଅତାବିରା ଅଞ୍ଚଳ

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସି ଓ ଆରଏମସି ଦୁର୍ଘଟଣା ପାଇଁ ରାସ୍ତା ଉପରେ ବେପାର ବାଣିଜ୍ୟ କରିବା ପାଇଁ ଅନୁମତି ପ୍ରଦାନ କରେ ସେଥିପ୍ରତି ନେଉଛି ଦଶ ଟଙ୍କା । ଯେଉଁମାନେ ଏଲଆଇସି ବା ଅନ୍ୟ କମ୍ପାନୀରେ ବୀମା କରିଛନ୍ତି ସେମାନେ ତୁରନ୍ତ ଅତାବିରା ଏନଏସି ଓ ଆରଏମସି ଅଧିନରେ ଥିବା ସାପ୍ତାହିକ ହାଟ ବଜାରରେ ଛୋଟ ମୋଟ ବେପାର କରନ୍ତୁ ବୋଲି ଅତାବିରାରେ ବେଶ ଆଲେଚନା ହୋଉଛି । ଅତାବିରା ବ୍ଳକ୨୪ ଗ୍ରାମ ପଞ୍ଚାୟତ ଓଏନଏସି୧୨ ୱାଡର ଜନସାଧାରଣ ଏହି ସାପ୍ତାହିକ ବଜାର ଉପରେ ନିର୍ଭର ଶୀଳ । ପ୍ରତି ସୋମବାର ଦିନ ଅତାବିରା କଲେଜ ରୁ ତହସିଲ ଛକ ପର୍ଯ୍ୟନ୍ତ ଏହି ବଜାର ବସେ । ଏହି ବଜାର ବରଗଡର ସବୁଠାରୁ ବଡ ବଜାର ଭାବରେ ବେଶ ପରିଚିତ । ବିଭିନ୍ନ ଅଞ୍ଚଳରୁ ବେପାରୀ ମାନେ ଏଠାକୁ ବେନାର କରିବା ପାଇଁ ଆସିଥାନ୍ତି । ଯାହା ଫଳରେକି ଏହି ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡିଥାଏ । ଏଣୁ ପାଖରେ ଥିବା ବରଗଡ- - ସମ୍ଭଲପୁର ରାଜପଥ ଉପରେ ଲୋକମାନେ ଓ ଛାତ୍ର ଛାତ୍ରୀ ମାନେ ଯିବା କରିଥାନ୍ତି । ଯାହା ଫଳରେକି ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ । ଏହାକୁ ନେଇ ଅନେକଥର ରାସ୍ତାରୋକ ଠାରୁ ଗଣ୍ଡଗୋଳ ଘଟିଥିବାର ନଜର ରହିଛି । ଅନ୍ୟ ପକ୍ଷେ ଏନଏସି ଓ ଆରଏମସି ପ୍ରତି ବଜାର ଦିନରେ ବଡ ଠାରୁ ଛୋଟ ଦେକାନୀ ମାନଙ୍କ ଠାରୁ ଦଶ ଟଙ୍କା ମହାସୁଲ ଆଦାୟ କରିଥାଏ । ମାତ୍ର ସେମାନଙ୍କ ପାଇଁ ସୁରକ୍ଷିତ ଯାଗା ବା ସ୍ୱତନ୍ତ୍ର ବଜାର ପାଇଁ ଯାଗା ନ ଦେବାରୁ ବେପାରୀ ମାନେ ଦଶ ଦଶ କୋଡିଏ ଟଙ୍କା ଦେଇ ରାଜରାସ୍ତାର ସର୍ଭିସ ରାସ୍ତା ଉପରେ ବେପାର କରିଥାନ୍ତି । ଏଠାରେ ପୋଲିସ ଓ ପ୍ରଶାସନ ଅପେକ୍ଷା କରିଥାଏ କେତେ ବେଳେ ଦୁର୍ଘଟଣା ଘଟିବ ଓ ରାସ୍ତାରୋକ ହେବ ବୋଲି ଜନସାଧାରଣରେ ବେଶ ଆଲେଚନା ହେଉଛି । ଏହାକୁ ନେଇ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବା ପାଇଁ ସଜବାଜ ହୋଉଥିବାର ଜଣାପଡିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗପ୍ରତି ନଜର ଦେଇ ବ୍ୟବସାୟୀ ମାନଙ୍କୁ ରାସ୍ତା ଉପରୁ ହଟାଇ ଏକ ସ୍ୱତନ୍ତ୍ର ଯାଗା ଦେବାକୁ ଜନସାଧାରଣରେ ଦାବି ହେଉଛି ।
ବରଗଡରୁ ନବୀନ ଦାଶ