ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାରେ ମଇ ମାସ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫାନିରେ ବହୁ ପରିବାର ବାସଗୃ ହରାଇଥିବା ବେଳେ ବିଦ୍ୟାଳୟ, ବୃକ୍ଷରାଜ ସବୁ ଟଳିପଡିଛନ୍ତି । ଏହା ସହିତ ବିଦ୍ୟୁତ ଓ ଟେଲିଫୋନ ସବୁ ଅଚଳ ହୋଇପଡିଥିଲା । ଏପରିକି ପ୍ରାୟ ୪ରୁ ୫ ଦିନ ଇଣ୍ଟରନେଟ ଠପ ହୋଇଯାଇଥିଲା । ଏହି ଖବର ଇଣ୍ଟରନେଟ ଓ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାର ପ୍ରଚାର ହେବା ପରେ ଆମର ଓଡିଆ ପୁଅ ମାନେ ପ୍ରାୟ ୩ହଜାର କିଲୋମିଟର ଦୂର ଆବୁଧାବିରେ ସପରିବାର ସହିତ ବସବାସ କରୁଛନ୍ତି । ସେମାନେ ଏହି ବାତ୍ୟା ଖବର ପାଇ ଧାଇଁ ଆସିଲେ ସେମାନଙ୍କ ଜାତି ତଥା ଭାଇ ବନ୍ଦୁ ମାନଙ୍କ ମୁହଁରେ ଟିକେ ହସ ଭରିଦେବାକୁ । ଓଡିଆର ଲୋକନୃତ୍ୟ, ପରିମ୍ପରା, ପର୍ବ ପର୍ବାଣିକୁ ସେମାନେ ସେଠାରେ ମଦ୍ୟ ଜୀବିତ ରଖିଛନ୍ତି । ସେଠାରେ ଥିବା ପ୍ରାୟ ୩ହଜାର ଓଡିଆ ପରିବାରଙ୍କୁ ନେଇ ଓଡିଆ ସମାଜ ଆବୁଧାବି ନାମରେ ଏକ ସଂଗଠନ ଗଡିଛନ୍ତି । ସେମାନେ ନିଜ ନିଜ ପକେଟ ଅର୍ଥ ସଞ୍ଚୟ କରି ଓଡିଶାରେ ଯେଉଁଠି ବାତ୍ୟା ବନ୍ୟା ଆଦି ବିପତ୍ତି ହେଲେ ସେମାନେ ସାତ ସମୁଦ୍ର ତେରନଇି ପାର ହୋଇ ଧାଇଁ ଆସିଥାନ୍ତି କିଛି ସାହାର୍ଯ୍ୟ ଓ ସହଯୋଗ କରିବା ପାଇଁ । ଏହି ଅବସରରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକନ୍ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ, ବାଲିସାହି, ସୁଆଣ୍ଡୋ, ପୁରୀ ସଦରର ଯମାରସୁଆଁଳ ଗ୍ରାମ ସହିତ କଟକ, କୋଣାର୍କ ଆଦି ଅଞ୍ଚଳକୁ ଗସ୍ତ କରି ବିପନ୍ନ ପରିବାରଙ୍କୁ ସାହାର୍ଯ୍ୟ ଯୋଗାଇ ଦେଇଛନ୍ତି । ସେମାନ ପ୍ରାୟ ସାତଦିନ ମଧ୍ୟରେ ବିଭିନ୍ନ ଗ୍ରାମରେ ୩ହଜାର ପରିବାରଙ୍କୁ ମଶାରୀ, ଶାଢ଼ୀ, ଗାମୁଛା, ଶୋଲାର ଲଣ୍ଠନ, ବିସ୍କୁଟ ଆଦି ସାମଗ୍ରୀ ପ୍ରଦାନକରିଥିଲେ । ଓଡିଆ ସମାଜ ଆବୁଧାବି (ଓସା) ଅନୁଷ୍ଠାନର ସଭାପତି ପ୍ରଦୀପ ରଥଙ୍କ ନେତ୍ୃତ୍ୱରେ ଏକ ଛଅ ଜଣିଆ ଟିମ ଓଡିଶା ଗସ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସିଦ୍ଦାର୍ଥ ଦାସ, ସାଂସ୍କୃତିକ ସମ୍ପାଦକ କମଳ ପଣ୍ଡା ଓ କ୍ରୀଡା ସମ୍ପାଦକ ଅବଦୁଲ ରାଉଫଙ୍କ ସହ ଅନ୍ୟ ମାନେ । ଏହି ଅନୁଷ୍ଠାନ ବିପନ୍ନ ପରିବାରଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୟାସ ଜାରି ରଖିବା ସହ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ ମଧ୍ୟ ଯୋଗାଇ ଦେଇଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିସାହି କିରଣ ଆଶା ବୃଦ୍ଧାଶ୍ରମର ବାତ୍ୟାରେ କ୍ଷୟକ୍ଷତି ଦେଖିବା ପରେ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ସେହିପରି ଡେଲାଙ୍ଗ ବ୍ଳକର ଜେନାପୁର ଗ୍ରାମ ପଞ୍ଚାୟତର ବ୍ଳକ ଗ୍ରାଣ୍ଟ ହାଇସ୍କୁଲ ବାତ୍ୟାରେ ମାଟିରେ ମିଶି ଯାଇଥିବା ଦେଖିବା ସହ ଅନୁଷ୍ଠାନକୁ କିଛି ସହାର୍ଯ୍ୟ କରିବେ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି