Breaking News

ପେଟ୍ରୋଲ ଜାରକିନିରେ ନିଆଁ ଲାଗି ; ପୁଅ ଗୁରୁତର , ରକ୍ଷା ପାଇଗଲେ ବାପା

କନ୍ଧମାଳ---  କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ ବେଲଘର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଯାଇଛି । ଏହି ଅଗ୍ନିକାଣ୍ଡରେ ପୁଅ ପ୍ରଦୀପ ବେହେରା ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସା ହୋଉଥିବା ବେଳେ ବାପା ରଘୁନାଥ ବେହେରା ରକ୍ଷା ପାଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ ବିଦ୍ୟୁତ ନ ଥିବାରୁ ରଘୁନାଥ ନିଜ ଘରେ ଲଣ୍ଠନ ଲଗାଇ ବାପା ଓ ପୁଅ ଶୋଇଥିଲେ  । ସେଇଘରେ ତାଙ୍କର ପେଟ୍ରୋଲ ଜାରକିନି ରହିଥିଲା  । କୌଣସି କାରଣରୁ ଲଣ୍ଠନଟି ଓଲଟି ପଡିବା ଯୋଗୁ ପାଖରେ ଥିବା ପେଟ୍ରୋଲ ଜାରକିନି ଜଳି ଉଠିବା ସହ ଶଦ୍ଧ କରି ଫାଟି ଯାଇଥିଲା  । ଯାହା ଫଳରେକି ଘରେ ନିଦରେ ଶୋଇଥିବା ପୁଅ ପ୍ରଦୀପ ଦେହରେ ପେଟ୍ରୋଲ ପଡିବା ଯୋଗୁ ନିଆଁ ଲାଗିଯାଇଥିଲା  । ଏଥିରେ ପ୍ରଦୀପର ପ୍ରାୟ ୫୦ ଭାଗ ଶରୀର ପୋଡି ଯାଇଥିବା ଜଣାପଡିଛି  । ଏହି ନିଆଁ ଚାହୁଁ ଚାହୁଁ ରଘୁନାଥଙ୍କର ସମସ୍ତ ଘର ପୋଡି ଛାରଖାର ହୋଇ ଯାଇଥିଲା  ।  ଗ୍ରାମବାସୀ ଉଠି ନିଆଁକୁ ଆୟତ କରିବା ପାଇଁ ଉଦ୍ଦ୍ୟମ କରିଥିଲେ ମଧ୍ୟ ନିଆଁର ପ୍ରକୋପ ଆଗରେ ହାର ମାନିଥିଲେ  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts