Breaking News

ଟ୍ରକ ଧକ୍କାରେ ମଟର ସାଇକେଲ ଆରୋହୀଙ୍କର ମୃତ୍ୟୁ; ଚାପ ଉତ୍ତେଜନା

ଅତାବିରା---  ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ସ୍ଥିତ ପଥରଫଟା ଠାରେ ଏକ ଚାଉଳ ବୋଝେଇ ଟ୍ରକ ଚାପରେ ଜଣେ ମଟର ସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ  ଅପରାହ୍ନରେ ଏକ ଚାଉଳ ବୋଝେଇ ଟ୍ରକନଂ ଓଆର, ୧୫- ୬୩୯୬ ବରଗଡ ପଟୁ ଦ୍ରୁତଗତିରେ ଅତାବିରା ଆଡକୁ ଆସୁଥିଲା  । ସେହି ସମୟରେ ଅତାବିରା ଥାନା ଅନ୍ତର୍ଗତ ସୁକୁଟା ପାଲି ଗ୍ରାମର ହରମନ୍ତ ହଂସ ( ୩୮) ଏକ ମୋଫେଡ ନଂ- ଓଡି, ୧୭-୫୦୦୧ରେ ଯୋଗେ ଅତାବିରା ଆଡକୁ ଆସୁଥିଲେ  । ଚାଉଳ ବୋଝେଇ ଟ୍ରକଟି ହଂସଙ୍କୁ ପଛ ପଟୁ ଧକା ଦେଇଥିଲା । ଯାହା ଫଳରେକି ଟ୍ରକ ଅଗାରେ ଗାଡି ସହ ଶ୍ରୀ ହଂସ କିଛି ବାଟ ପିଚୁ ଉପରେ ଘୋଷାଡି ହେବା ପରେ ଟ୍ରକର ଚକା ତାଙ୍କ ଉପରେ ଚଡିଯାଇଥିଲା  । ଘଟଣା ସ୍ଥଳରେ ହଂସଙ୍କର ମୃତ୍ୟୁ ହୋଇଯାଇଥିଲା  । ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ କେସରୁଜ କରି ଦୁର୍ଘଟଣା ଗସ୍ତ ଗାଡି ଦୁଇଟଇକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ସମୟରେ ଟ୍ରକ ଟି ଉମେଶ କୁମାର ଅଗ୍ରୱାଲଙ୍କର ବୋଲି ଜଣାପଡିଛି । ଏହାକୁ ନେଇ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା  ।
ବରଗଡରୁ ନବୀନ କୁମାର ଦାଶ


Blog Archive

Popular Posts