Breaking News

ନକଲି ଚାରି ସାମ୍ବାଦିକ ଗିରଫ: ଆନ୍ତରାଜ୍ୟ ଠକ ଦଳ ଗିରଫ

ବରଗଡ---- ବରଗଡ ଥାନା ଅଞ୍ଚଳରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅତିରିକ୍ତ ଶାଖା ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ବନ୍ଧୁକ ଲଗାଇ ଟଙ୍କା ଲୁଟ କରିବା ପାଇଁ ଉଦ୍ଦ୍ୟମ ସମୟରେ ବରଗଡ ପୋଲିସ ଏକ ଚାରି ଜଣିଆ ଆନ୍ତରାଜ୍ୟ ଡକ ଦଳଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଯାହାକି ବରଗଡ ପୋଲିସକୁ ଏବ ବଡ ଧରଣର ସଫଳତା ମିଳିଛି । ଏହି ଆନ୍ତରାଜ୍ୟ ଠକ ଦଳରେ ଜଣେ ଓଡିଆଯୁବକ ମଧ୍ୟ ରହିଛନ୍ତି । ସେମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ନୋଇଡା ର ଅନୁଜ ଅଗ୍ରୱାଲ , ବୁଲନ୍ଦ ସହରର ବିଶାଲ ଗମ୍ଭୀର, ଗାଜିଆବାଦର ଇମ୍ରାନ ଖାନ ଓ  ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଅଞ୍ଚଳର ତପନ କୁମାର ସାହୁ ବୋଲି ଜଣାପଡିଛି । ବରଗଡ ପୋଲିସ ସେମାନଙ୍କ ଠାରୁ ଏକ କାର, ଲାପଟପ, ଆଇପ୍ୟାଡ, ୮ଟି ମୋବାଇଲି . ଭିଡିଓ କ୍ୟାମେରା, ;ପ୍ରସକାର୍ଡ ଓ ନଗଦ ୧୯ ହଜାର ୮୬୦ ଟଙ୍କା ପୋଲିସ ଜବତ କରିଛି  । ପୋଲିସ ସୁତ୍ରରୁ ପ୍ରକାଶ ଯେ ଏହି ଦଳ କିଛି ଦିନ ତଳେ ମନୋଜଙ୍କୁ ବନ୍ଧୁକ ଲଗାଇ ୨୦ ହଜାର ଟଙ୍କା ଏଟିଏମରୁ ଉଠାଇକି ନେଇଯାଇଥିଲେ  । ପରେ ୩ ଲକ୍ଷ ଟଙ୍କା ଦେବାକୁ ଏହି ଠକ ଦଳ ଦାବୀ କରି ପଳେଇଥିଲେ  । ମଙ୍ଗଳବାର ଦିନ ଏହି ଠକଦଳ ମନୋଜଙ୍କ ଅଫିସରେ ପହଞ୍ଚି ଟଙ୍କା ଏଟିଏମରୁ ଉଠାଇବା ପାଇଁ ମନୋଜଙ୍କୁ ବନ୍ଧୁକ ଲଗାଇ ଧମକ ଦେଉଥିଲେ  । ଏହି ସମୟରେ ବରଗଡ ପୋଲିସ କେଯଣସି ସୁତ୍ରରୁ ଖବର ପାଇ ଚଡଉ କରିବା ସହ ଆନ୍ତରାଜ୍ୟ ଠକ ଦଳଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ମାତ୍ର ବରଗଡ ଏସଡିପିଓ କ୍ଷୀରସିନ୍ଧୁ ନାଏକଙ୍କ ଠାରୁ ପ୍ରକାଶ ଇମ୍ରାନ ଖାନ ଓ ବିଶାଲ ଗମ୍ଭୀର ଏକ ଗଣବୈଦ୍ୟୁତିକର ପ୍ରତିନିଧି ବୋଲି କହିଛନ୍ତି । ଏମାନଙ୍କୁ କୋର୍ଟକୁ ପଠାଯାଇଥିବା ଜଣାପଡିଛି । ଜାମିନ ନ ମିଳିବାରୁ ଜେଲ ହାଜତକୁ ପଠାଯାଇଥବା ପୋଲିସ ସୁତ୍ରରୁ ପ୍ରକାଶ  ।
ବରଗଡରୁ ନବୀନ  ଦାଶ

Blog Archive

Popular Posts