ଫାନି ବାତ୍ୟାରେ ଭାଙ୍ଗି ଯାଇଥିବା ନଡିଆ ଗଛ ପ୍ରତି୫ଶହ ପରିବେର୍ତ୍ତ ୬ହଜାରଟଙ୍କା ଦେବାକୁ ଦାବି
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକ ନଡିଆ ଚାଷ ପାଇଁ ବେଶ ଜଣାଶୁଣା । ଗତ ମଇ ମାସ ୩ ତାରିଖରେ ସାମୁଦ୍ରିକ ବାତ୍ୟାରେ ସତ୍ୟବାଦୀ ଅଞ୍ଚଳର ଲକ୍ଷାଧିକ ନଡିଆ ଗଛ ଭାଙ୍ଗି ଯାଇଛି । ଏହାକୁ ନଜର କରି ରାଜ୍ୟ ସରକାର ଭାଙ୍ଗି ଯାଇଥିବା ନଡିଆ ଗଛ ପ୍ରତି ୫ଶହ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ମାତ୍ର ଏହି ପ୍ରେସାହନ ରାଶି ୫ଶହଟଙ୍କା ପରିବର୍ତ୍ତେ ୬ ହଜାର ଟଙ୍କା ଦେବାକୁ ଅଖିଳ ଭାରତ ନାରିକେଳ ଉତ୍ପାଦନ ମହାସଂଘ ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ହୃଷିକେଶ ମିଶ୍ରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରଥମ କରି ବାତ୍ୟାରେ ଭାଙ୍ଗି ପଡିଥିବା ନଡିଆ ଗଛର କ୍ଷତି ପୂରଣ ଦେବାକୁ ସ୍ଥିର କରିଥିବାରୁ ତାହାକୁ ପ୍ରଥମେ ସ୍ୱାଗତ କରାଯାଇଥିଲା । ଅନ୍ୟ ପକ୍ଷେ ରାଜ୍ୟ ସରକାର ଜଣେ ନଡିଆ ଚାଷୀକୁ ୨୫ଟି ନଡିଆ ଗଛର କ୍ଷତି ଦେବାକୁ ସ୍ଥିର କରିଛନ୍ତି । ଏହାକୁ ତୁରନ୍ତ ରଦ୍ଧ କରାଯାଉ, ସେହିପରି ନଡିଆ ଗଛର କନ୍ଦ ମୋଡି ହୋଇଥିବା ଗଛ ଗୁଡିକକୁ ଭାଙ୍ଗି ଯାଇଥିବା ନଡିଆ ଗଛ ସହିତ ଗଣଣା କରାଯାଉ । ବାତ୍ୟା ପରେ ରହିଯାଇଥିବା ନଡିଆ ଗଛ ଗୁଡିକର କିପରି ଯନ୍ନ ନିଆଯିବ ସେ ସମ୍ପର୍କରେ ନଡିଆ ଚାଷୀ ମାନଙ୍କୁ ସଚେତନତା କରାଯାଉ । ନଡିଆ ଗଛର ପୁନଃରୋପଣ କରିବା ପାଇଁ ଚାଷୀ ମାନଙ୍କୁ ପ୍ରେସାହନ ଓ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ଏହା ସହିତ ଆମ୍ବ, ପଣସ, ସପୁରୀ, କଦଳୀ, ଅମୃତଭଣ୍ଡା, ଲିଚୁ, ସେପେଟା, ସଜନା, ପୋଲାଙ୍ଗ, ଗୁଆ ଆଦି ଫଳଚାଷୀ ମାନଙ୍କୁ ୨.୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ରାଜ୍ୟ ସରକାର ଏହି ଦାବି ପ୍ରତି ବିଚାର ନ କରିନ୍ତି ଆଗାମୀ ଦିନରେ ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ଆନ୍ଦୋଳନତ୍ମକ ପତ୍ନାଗ୍ରହଣ କରାଯିବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିବା ସଭାପତି ଶ୍ରୀ ମିଶ୍ରଙ୍କ ଠାରୁ ସୁଚନା ମିଳିଛି । ବିଶ୍ୱଜିତି ଶତପଥି, ଜପନ ଉପାଧ୍ୟୟ, ଫଗୁ ଚରଣ ପରିଡା, ପ୍ରତାପ ଚିନରା, ଦୁର୍ଗେଶ ପ୍ରସାଦ ମିଶ୍ର, ଶରତ ବିଶ୍ୱାଳ, ନରେଶ ଚନ୍ଦ୍ର ସ୍ୱାଇଁ, ସୁରେନ୍ଦ୍ର ତପସୁ, ଯତୀନ ପାତ୍ର, ଶୀତକଣ୍ଠ ସିଂହ ଦେଓ, ପ୍ରଫୁଲ ଚନ୍ଦ୍ର ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି