ସତ୍ୟବାଦୀ କଳା ସଂସଦ ପକ୍ଷରୁ ରଜ ମହୋତ୍ସବ ୨୦୧୯
ସାକ୍ଷୀଗୋପାଳ-- ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ସତ୍ୟବାଦୀ କଳା ସଂସଦ ପକ୍ଷରୁ ରଜ ମହୋତ୍ସବ ୨୦୧୯ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ପୁରୀର ଅଧ୍ୟକ୍ଷ ସୁଦର୍ଶନ ବେହେରା ଯୋଗଦେଇ ଏହି ଅନୁଷ୍ଠାନର ଉନ୍ନତି ଉନ୍ନତିତର କାମନା କରିଥିଲେ । ମୁଖ୍ୟବକ୍ତା ଡଃ ଅଭିମନ୍ୟୁ ବରାଳ ଯୋଗଦେଇ ଏକ ଅନୁଷ୍ଠାନ ଯିଏକି ଓଡିଶୀ ସଂସ୍କୃତିର ଉନ୍ନତି ପାଇଁ ଅହରହ ଚେଷ୍ଠା ଜାରି ରଖିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପାଣ୍ଡବ ମହାରଣା, ସଭାଜସେବୀ ଧିରେନ୍ଦ୍ର ନାଥ ଜେନା, ସମାଜସେବୀ ତଥା ଗବେଷକ ଭୀମସେନ ମହାପାତ୍ର ଓ ପିତବାସ ସେନାପତି ପ୍ରମୂୁଖ ଯୋଗଦେଇଥିଲେ । ଏହି ଅବସରରେ ଗବେଷକ ଭୀମସେନ ମହାପାତ୍ରଙ୍କ ଦ୍ୱାରା ପୁସ୍ତକ ସତ୍ୟବାଦୀ ସଂସ୍କୃତି ଓ ଲେଖିକା ସୁଜତା ଦେବୀଙ୍କ ରଚିତ ଶ୍ରୀ ସାକ୍ଷୀଗୋପାଳ ପୁସ୍ତକ ଅତିଥିମାନେ ଉନ୍ମୋଚିତ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବିଭିନ୍ନ ଖେଳରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍ୃତ କରିଥିଲେ । ସତ୍ୟବାଦୀ କଳା ସଂସଦର ପ୍ରତିଷ୍ଠାତା ଗୁରୁ ଭଜମନ ସାହୁଙ୍କ ନେତୃତ୍ୱରେ ଗୁରୁ ମାନସ ବେହେରା, ସୁଶ୍ରୀ ସୋନୀ ବେହେରା ଓ ଗୁରୁ ବିକାଶ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟ, ସମ୍ଭଲପୁରୀ, ମରାଠୀନୃତ୍ୟ, ଭଜନନୃତ୍ୟ, ସଂଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଛାତ୍ର ଛାତ୍ର ମାନେ ନୃତ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଲେକ ଖୁଣ୍ଠିଆ । ବସନ୍ତ କୁମାର ସ୍ୱାଇଁ ଓ ବିକ୍ରମ କୁମାର ପାତ୍ର ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି