Breaking News

ସରକାରଙ୍କ ବୋର୍ଡରେ ବିଧାୟିକାଙ୍କ ବ୍ୟାନର; କହିବାକୁ କେହି ନାହିଁ

 ଅତାବିରା--- ଅତବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜରାସ୍ତା ଉପରେ ଲାଗିଥିବା ବୋର୍ଡରେ ଏବେ ବିଜେଡି ବିଧାୟିକାଙ୍କର ବ୍ୟାନର ଲାଗିଛି । ବିଧାୟିକା ଦ୍ୱତୀୟ ଥର ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସ୍ୱାଗତ ବ୍ୟାପର ଲଗାଯାଇଛି । ଏହା କ’ଣ ଅତାବିରା ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ନା ବିଧାୟିକାଙ୍କୁ ଏଠାରେ ବ୍ୟାନର ମାରିବା ପାଇଁ ଭଡା ଦିଆଯାଇଛି ତାହା ଜଣାପଡୁନାହିଁ  । ସେହିପରି ନବନିର୍ବାଚିତ ସାଂସଦ ରୋଡ ସେପ୍ଟି ସିଗ୍ନାଲ ସପୋଟିଂ ବୋର୍ଡରେ ତାଙ୍କର ବ୍ୟାନର ଲାଗିଛି । ଏହା କ’ଣ ସରକାରୀ ନିୟମ ମଧ୍ୟରେ ରହିଛି ବୋଲି ସାଧାରଣରେ ଆଲେଚନା ହୋଉଛି । ବିଶେଷ କରି ବିଜ୍ଞାପିତ ପରିଷଦ ପକ୍ଷରୁ ରାଜପଥ ଉପରେ ଥିବା ବୋଡରେ ନିଜର ବ୍ୟାନର ହଟାଇ ବିଧାୟିକାଙ୍କ ବ୍ୟାନର ଲଗାଇବା କେତେଦୂର ଠିକ ତାହା ଅଧିକାରୀ ମାନେ ଜାଣିଥିବେ ବୋଲି ଆଲେଚନା ହେଉଛି  ।
ଅତାବିରାରୁ ନବୀନ କୁମାର ଦାଶ


Blog Archive

Popular Posts