ମଦ୍ୟପ ପୁଅ ହତ୍ୟାକଲା ବାପାକୁ
ସାକ୍ଷୀଗୋପାଳ ନିଉଜ--- ଜଣେ ମଦ୍ୟପ ପୁଅ ନିଶାରେ ନିଜର ହିତାହିତ ଜ୍ଞାନ ହରାଇ ବାପାକୁ କାଠ ଫାଳିଆରେ ମାଡ ମାରି ହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଲାଠି ଗାଁର ସୀମାଞ୍ଚଳ ନାୟକ ନିଜର ବାପା ଅଭି ନାୟକଙ୍କୁ ଆଜି ପିଟି ପିଟି ହତ୍ୟା କରିଥିବା ପୋଲିସ ସୁତ୍ରରୁ ପ୍ରକାଶ । ସୀମାଞ୍ଚଳ ନିଶା ସେବନ କରି ଘରକୁ ଆସିବା ପରେ ପୁଣି ନିଶା ଖାଇବା ପାଇଁ ବାପା ଅଭିଙ୍କୁ ପଇସା ମାଗିଥିଲା । ଅଭି ପଇସା ଦେବାକୁ ମନା କରିବାରୁ ବାପାଙ୍କ ସହିତ ସୀମାର ଯୁକ୍ତିତର୍କ ହୋଇଥିଲା । ସୀମା ରାଗରେ ଘରେ ପଡିଥିବା କାଠ ଫାଳିଆରେ ନିଶାରେ ବାପାଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସଦରଥାନା ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୀମାଙ୍କୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଛେନ ନିମନ୍ତେ ମେଡିକାଲକୁ ପଠାଇଥିବା ଜଣାପଡିଛି । ଏହି ଘଟଣା ବ୍ରହ୍ମପୁରରେ ର୍ଚ୍ଚାର ବିସୟ ହୋଇପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି