Breaking News

ବାଲିଗୁଡା ମହୋତ୍ସବକୁ କୁଇ ସମାଜ ବିରୋଧ କଲା

କନ୍ଧମାଳ ---- ବାଲିଗୁଡା ମହୋତ୍ସବ ଫେବୃୟାରୀ ୮ ଓ ୯ ଦୁି ଦିନ  ଧରି ଅନୁଷ୍ଠିତ ହେବ । ଏଥିପାଇଁ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ଦ୍ୟମ ଆରମ୍ଭ ହୋଇଯାଇଛି । କନ୍ଧମାଳରୁ କୁଇ ସମାଜ ଏବେ ଏହି ମହୋତ୍ସବକୁ ଘୋର ବିରୋଧ କରିବା ସହ ପ୍ରଶାସନର ମୁଖା ଖୋଲିଛି । ଦରକାର ପଡିଲେ କୁଇ ସମାଜର ଶହଶହ ମହିଳା ପୁରଷ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।  ସୁଚନାଯୋଗ୍ୟ ଯେ ମହୋତ୍ସବ ପାଇଁ କରାଯାଇଥିବା ବ୍ୟାନର ଓ ପୋଷ୍ଟରରେ କନ୍ଧମାଳ ଆଦିବାସି ମାନଙ୍କ ପରମ୍ପରା ଓ ବାଲିଗୁଡାର ଅଧିଷ୍ଠାତା ମା “ପାଟଖଣ୍ଡୀଙ୍କ ଫଟୋ ନ ରହିବା , ବେଆଇନ ଭାବରେ ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟରୁ ଚାନ୍ଦା ଆଦାୟ କରିବା ସହିତ କୁଇ ସମାଜକୁ ଅଣଦେଖା କରି କୌଣସି ବୈଠକକୁ ନ ଡାକିବା ଆଦି ସମ୍ପର୍କେ ଅଭିଯୋଗ କରି ଉପଜିଲ୍ଲାପାଳଙ୍କୁ କୁଇସମାଜ ଏକ ଦାବୀ ପତ୍ର ଦେଇଛି । ଚାନ୍ଦା ଆଦାୟକୁ ବିରୋଧ କଲେ ଉପଜିଲ୍ଲାପାଳଙ୍କ ନାମ କୁହାଯାଇ ଡରାଯାଉଛି ।  କନ୍ଧମାଳ ସଂସ୍କୃତି, ପରମ୍ପରା, ଦେବାବେଦୀ, ସ୍ଥାନୀୟ କଳାକାର, ଆଦିବାସିଙ୍କୁ ଏଥିରେ ଅବହେଳା କରାଯାଇଥିବା କୁଇ ସମାଜ ଅଭିଯୋଗ ଆଣିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା,

Blog Archive

Popular Posts