ମା କେନ୍ଦ୍ରେଶ୍ୱରୀଙ୍କ ବିଗ୍ରହ ପ୍ରତିଷ୍ଠା
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ଉଦୟପୁର ଗ୍ରାମରେ ମା କେନ୍ଦ୍ରେଶ୍ୱରୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଏଠାରେ ମାଙ୍କୁ ଏଠାରେ ପୂଜାର୍ଚ୍ଚନା କରାଯାଉଥିଲା । ମାଙ୍କର ନୂତନ ମୂର୍ତ୍ତି କରାଯିବା ସହିତ ସିଂହାସନ ପ୍ରତିଷ୍ଠା କରାଯାଇ ମନ୍ଦିରରେ ପ୍ରବେଶ କରାଯାଇଛି । ଏଥି ନିମନ୍ତେ ଏକ ବିଗ୍ରହ ପ୍ରତିଷ୍ଠା , ନୁତନବସ୍ତ୍ର ଧାରଣା, ପୂଜାର୍ଚ୍ଚନା କରାଯାଇଥିଲା । ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଘଟ ସ୍ଥାପନ, ମଣ୍ଡଳ କରଣ, ବିଲ୍ୱ ଆବହନ, ସୂର୍ଯ୍ୟପୂଜା, ଗଣେଶ ଆବହନ ପରେ ଗାୟତ୍ରୀ ମନ୍ତ୍ର, ଚଣ୍ଡୀପାଠ ଆଦି କରାଯିବା ପରେ ଯଜ୍ଞ କରାଯାଇ ମାଙ୍କୁ ସିଂହାସନରେ ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବରେ ପ୍ରଫୁଲ ବିଶ୍ୱାଳ, ପ୍ରକାଶ ପାରିକ ରହିଥିବା ବେଳେ କର୍ତ୍ତୀ ଭାବେ ଗୋଲାପ ବିଶ୍ୱାଳ ଓ ପୁଷ୍ପାଞ୍ଜଳି ବାରିକ ରହିଥିଲେ । ଉଦୟପୁରର ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସମସ୍ତ ସହଯୋଗ କରିଥିଲେ । ଏହି ଅବସରରେ ଗ୍ରାମରେ ଏକ ଉତ୍ସବ ମୁଖର ହୋଇପଡିଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି