Breaking News

ସତ୍ୟବାଦୀ ବ୍ଳକରେ ଜିଲ୍ଲାପରିଷଦ ଯୋଗାଣ ଯାଞ୍ଚ କମିଟି

ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକରେ ଅଚାନକ ଯାଞ୍ଚ କମିଟି ଗସ୍ତ କରି ରାଶନ ସାମଗ୍ରୀ ସମ୍ପର୍କେ ମତାମତ ସଂଗ୍ରହ କରିଥିଲା  । ପୁରୀ ଜିଲ୍ଲାପରିଷଦ ପଞ୍ଚମ ଷ୍ଠାଣ୍ଡି କମିଟି ଗୁରୁବାର ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ଡିଲର ଓ ଖାଉଟି ମାନଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କେ ଆଲୋଚନା କରିଥିବାର ଜଣାପଡିଛି । ଏହି ଯାଞ୍ଚ କମିଟିର ଅଧ୍ୟକ୍ଷ  ଗଦାଧର ବିଶ୍ୱାଳଙ୍କ ନେତୃତ୍ୱରେ ୧୦ ଜଣିଆ କମିଟି ସଦସ୍ୟ ମାନେ ସତ୍ୟବାଦୀ ବ୍ଳକର ବୀରଗୋବନ୍ଦପୁର, ମୂଳଅଳସା, ପେଣ୍ଠପଡା, କାଦୁଆ, ବଳପୁର ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ରାଶନ ସମାଗ୍ରୀ ସମ୍ପର୍କେ ରିଟେଲର ଓ ଖାଉଟି ମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ  । ଏଥିରେ ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ, ହରେକୃଷ୍ଣ ମଲିକ, ନୀଳମଣି ବେହେରା, ପୁଷ୍ପଲତା ମଲିକ, ପୁଷ୍ପାଞ୍ଜଳି ସାମଲଙ୍କ ସହିତ ପୁରୀ ସହକାରୀ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ବ୍ଳକ ଯୋଗାଣ ଅଧିକାରୀ ଜୟନ୍ତୀ ହରିଚନ୍ଦନ  ଏହି ଟିମିରେ ସାମିଲ ହୋଇଥିଲେ  ।   ଯୋଗାଣ ବିଭାଗର ନିଦ୍ଧିଷ୍ଟ ତାରିଖ ମଧ୍ୟରେ ରାଶନ ସାମଗ୍ରୀ ବଣ୍ଟନ ରେ ବିଳମ୍ବ କରାଯାଉଥିବା ସମ୍ପର୍କେ କମିଟି ଅଗାରେ ଖାଉଟି ମାନେ ମତ ପ୍ରକାଶ କରିଥିଲେ  । ଏ ସମ୍ପର୍କରେ ଯୋଗାଣ ବିଭାଗ ଉପ ଅଧିକାରୀ ଶ୍ରୀ ଆଚାର୍ଯ୍ୟ କହନ୍ତି ରିଟେଲର ମାନେ ଠିକ ସମୟରେ ସାମଗ୍ରୀ ଅର୍ଥ  ବ୍ୟାଙ୍କରେ ଜମା ନ କରିପାରିବାରୁ ବିଳମ୍ବ ହୋଉଥିବା ସେ କହନ୍ତି ।  କମିଟି ପରିଦର୍ଶନ ସମୟରେ ରାଶନ ସମାଗ୍ରୀ ଖାଉଟି ମାନେ ସଠିକ ପରିମାଣର ଓଜନ ଓ ଭଲ ସାମଗ୍ରୀ ମିଳୁଥିବା ଲୋକମାନେ କହିଥିଲେ  । ଶେଷରେ କମିଟି ସୁଆଣ୍ଡୋ ଗ୍ରାମକୁ ଯାଇ ଗୋପବନ୍ଧୁଙ୍କ ଷ୍ଠଠୀଘରେ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts