ଭିଡିଓ କନଫରେନ୍ସ ମାଧ୍ୟମରେ ଉନ୍ନୟନ ମୁଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ସାକ୍ଷୀଗୋପାଳ--- ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ଜିଲ୍ଲାପାଳ ଗୁରୁବାର ଦିନ ପ୍ରଥମ କରି ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାଶ ସତ୍ୟବାଦୀ ବ୍ଳକରେ ଭିଡିଓ ମାଧ୍ୟମରେ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଭିନ୍ନ ଉନ୍ନୟନ ମୁଳକ କାଯ୍ୟ ତୁରନ୍ତ ଶେଷ କରିବା ପାଇଁ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟବାଦୀ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ଭିଡିଓ କନଫରେନ୍ସିରେ ବିଡିଓ ଡ. ଗୌରବ ମୟ ପ୍ରଧାନ, ଅତିରିକ୍ତ ବିଡିଓ ଶାରଦା ପ୍ରସନ୍ନ ମହାନ୍ତିଙ୍କ ସହିତ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଆଲେଚନାରେ ଉପସ୍ଥିତ ରହିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି