Breaking News

ବାଲିଅନ୍ତା ପୋଲିସକୁ ବଡ ସଫଳତା ; ୪ ଲୁଟେରା ଗିରଫ

ବାଳକାଟୀ --- ବାଲିଅନ୍ତା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ନହରକଣ୍ଟାସ୍ଥିତ ଏକ ଭଡାଘରୁ ୪ଜଣ ଯୁବକ ଲୁଟ କରିବା ପାଇଁ ଯୋଜନା କରୁଥିବା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଘର ଉପରେ ଚଡାଉ କରିଥିଲା  । ସେମାନଙ୍କ ଠାରୁ ୧୩ ହଜାର ୧୩୦ ଟଙ୍କା, ୬ଟି ଦାମୀ ସ୍ମାର୍ଟ ଫୋନ, ତିନୋଟି ସୁନାଚେନ, ୧ଟଇ ସୁନା ଲକେଟ, ଫାର୍ଶ, କଟୁରୀ ଓ ଡ୍ରିଲ ମେସିନ ପୋଲିସ ଚଡାଉ ସମୟରେ ତାଙ୍କ ଠାରୁ ଜବତ କରିଛି । ସେମାନେ ହେଲେ କଟକ ସଦରଥାନା ଅନ୍ତର୍ଗତ କଳପହାର ଶୁଭାଶୁଂ ପରିଡା(୨୩), ଟୁଲୁ ଓରଫ ( ରାଜା) ବେହେରା (୨୮)ଗ୍ରାମଭିଙ୍ଗାରପୁର ଥାନା ବାଲିଅନ୍ତା, ନହରକଣ୍ଟାର ଧିରେନ୍ଦ୍ର ଜେନା ( ଫମ୍ପେଇ) ମାନସ କୁମାର ଚାନ୍ଦ ( ମୁନା) କଟକ ଲାଲବାଗ ଥାନା ଶାହାବାଜ ବଜାରର ବୋଲି ପୋଲିସ ସୁତ୍ରରୁ ପ୍ରକାଶ  । ପୋଲିସ ତଦନ୍ତ ବେଳେ ଜାଣିଥିଲା ଯେ ଜୟଦେବ ରାସ୍ତାରେ ଚଳିତ ମାସ ୨ ତାରିଖ ଦିନ ମାଇକ୍ରେ ଫାଇନାସ୍ କର୍ମଚାରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ଏହି ଲୁଟେରା ଦଳ ଲୁଟ କରିଥିବା ପୋଲିସ ଅଗାରେ ମାନିଥିଲେ  । ପୋଲିସ ୩୩/୧୯ ରେ ଏକ କେସରୁଜ କରିବା ସହ ଦଫା ୩୯୪/୩୯୫ରେ ଗୁରୁବାର ଦିନ କୋର୍ଟକୁ ପଠାଇଥିଲା  । ଜାମିନ ନ ମିଳିବାରୁ ସେମାନଙ୍କୁ ଜେଲକୁ ପଠାଯାଇଥିବା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ଠାରୁ ପ୍ରକାଶ  ।
 ବାଳକାଟୀରୁ ଶ୍ରୀ ସମାନ୍ତରାୟ

Blog Archive

Popular Posts