ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦ୍ବାୟିତ୍ବ ଗ୍ରହଣ
ଭଞ୍ଜନଗର - ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଗୁରୁବାର ନୂତନ ଅଧ୍ୟକ୍ଷ ଭାବେ ଡ଼. ସୁଶାନ୍ତ କୁମାର ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମଲ୍ଲିକ ଏହି ମହାବିଦ୍ୟାଳୟରେ କିଛି ବର୍ଷ ହେଲା ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ୩ ମାସ ପୂର୍ବରୁ ପୂର୍ବତନ ଅଧ୍ୟକ୍ଷ ଜୟରାମ ସେନାପତି ଅବସର ଗ୍ରହଣ କରିଥିଲେ । ସେହିଦିନ ଠାରୁ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ରହିଥିଲା । ମହାବିଦ୍ୟାଳୟ ର ଅଧ୍ୟାପିକା ସୁବାସିନୀ ଦେବୀ , ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଉଥିଲେ । ଗୁରୁବାର ନୂତନ ଅଧ୍ୟକ୍ଷ ଶ୍ରୀମଲ୍ଲିକ କାର୍ଯ୍ୟରେ ଯୋଗଦେବା ପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ କରିବାସହ ଛାତ୍ରୀ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା । ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ସମସ୍ତ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରୀ ମାନକୁ ଶୁଭେଛା ମଧ୍ୟ ଜଣାଇଥିଲେ । ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ଏହି ମହାବିଦ୍ୟାଳୟକୁ ସୁଚାରୁରୂପେ ଚଳାଇବା ପାଇଁ ସମସ୍ତ ଅଧ୍ୟାପକ , ଅଧ୍ୟାପିକାଙ୍କ ସମେତ କର୍ମଚାରୀ ଙ୍କ ସହଯୋଗ ଗୁଣାତ୍ମକ ଶିକ୍ଷା ଓ ଭିତ୍ତି ଭୂମିର ବିକାଶ ଏବଂ ଅନୁଷ୍ଠାନରେ ଉତ୍ତର ଶେିକ୍ଷିଣ ବାତାବରଣ ଦୃଷ୍ଟିକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ସେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ କନ୍ଧମାଳ ସାଂସଦ ଙ୍କ ଭଞ୍ଜନଗର ଏନଏସି ପ୍ରତିନିଧି ପଞ୍ଚାନନ ପାଳ ପ୍ରମୁଖ ଯୋଗ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୨୦/୨୦୨୩---୮,୫୦ Sakhigopal News 6/10/2023