Breaking News

ମା ଦକ୍ଷୀଣକାଳୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ; ୧୨ ତାରିଖରେ ପୂଜା ୧୩ ତାରିଖ ସକାଳ୯ଟାରେ ସର୍ବସାଧାରଣ ଦର୍ଶନ



ସାକ୍ଷୀଗୋପାଳ---- ତନ୍ତ୍ର ଓ ମନ୍ତ୍ରର ପୀଠ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା ଦକ୍ଷିଣକାଳୀ ପୀଠ ବେଶ ପରିଚିତ । ଏଠାରେ ଭକ୍ତ ମାନେ ମାଙ୍କୁ ବର୍ଷକ ସାରା ପଟଚିତ୍ରରେ ଦର୍ଶନ କରୁଥବା ବେଳେ ଗୋଟିଏ ଦିନ ମୃଣ୍ଣୟୀମୂତ୍ତିରେ ପୂଜା କରିବା ସହ ମହାକାଳୀ ବେଶରେ ଦର୍ଶନ କରିଥାନ୍ତି । ଏଥିପାଇଁ ୧୩ ତାରିଖ ଦିନ ହଜାର ଜହାର ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥାଏ । ଏହି ଯାତ୍ରା ପାଇଁ ଆଜି ମାଙ୍କ ପୀଠ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାର ଉପଜିଲ୍ଲାପାଳ ଭବତାରଣ ସାହୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶେଷ କରି ପାନୀୟ ଜଳ, ରାସ୍ତା, ଅଗ୍ନିଶମ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ସହିତ ବିଶେଷ କରି ବିଦ୍ୟୁତ ବିଭାଗୀୟ ସମ୍ପର୍କେ ଆଲେଚନା କରାଯାଇଥିଲା । ବୀରଗୋବିନ୍ଦପୁର ଗ୍ରାମ କୋଠ, ଯୁବକସଂଘ ଓ ମାଙ୍କ ସେବାୟତ ମାନଙ୍କ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆଲେଚନା କରାଯାଇଥିଲା । ୧୨ ତାରିଖ ରାତିରୁ ମାଙ୍କର ପୂଜା ଆରମ୍ଭ ହେବା ସମୟରେ ଦର୍ଶନ ବନ୍ଦ ରହିବ । ୧୩ ତାରିଖ ସକାଳ ୯ଟାରେ ସର୍ବସାଧାରଣଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ସେବାୟତ ମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଏସଡିପିଓ ବିରଞ୍ଚିନାରାୟଣ ପତି, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ, ଥାନା ଆଇଆଇସି ବିଜୟ କେତନ ବେହେରା, ଡ, ପିତମ ବାଗଙ୍କ ସହିତ ଗ୍ରାମ୍ୟ କୋଠ ସଭାପତି ବୈକୁଣ୍ଡନାଥ ମିଶ୍ର ଓ ସମ୍ପାଦକ ଲୋକନାଥ ମିଶ୍ର, ସ୍ଥାନୀୟ ସରପଞ୍ଚ , ସମିତିସଭ୍ୟଙ୍କ ସହିତ ଗ୍ରାମର ନବ କିଶୋର ନନ୍ଦ, ଶରତ କୁମାର ନନ୍ଦ, ସନ୍ତୋଷ କୁମାର ମିଶ୍ର, ବିଜୟ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ସେବାୟତ ମାନଙ୍କ ପକ୍ଷରୁ କାଶିନାଥ ମିଶ୍ର, ଦେବଦତ୍ତ ନନ୍ଦ, ପ୍ରଫୁଲ ଦୀକ୍ଷିତ, ଦେବାଶିଷ ମହାପାତ୍ର ଓ ଶେଷଦେବ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୧/୨୦୨୩----୯.୫୦   Sakhigopal News, 1/11/2023

Blog Archive

Popular Posts