ସତ୍ୟବାଦୀରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଉଡିଲା ଜାତୀୟ ପତାକା
ସାକ୍ଷୀଗୋପାଳ --- ସତ୍ୟବାଦୀରେ ସବୁଠି ଉଡିଛି ତ୍ରିରଙ୍ଗା । ଐତିହ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟି ସୁଆଣ୍ଡୋ ଉଦଘାଟନ ପରେ ଏହା ଥିଲା ପ୍ରଥମ ତ୍ରିରଙ୍ଗା ଉଡିବା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଗୋପବନ୍ଧୁଙ୍କ ଦାକୟଦ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ଅନ୍ୟ ମ।।ନଙ୍କ ଉପସ୍ଥିତିରେ ସଂଗ୍ରାହଳାୟରେ ପରିସରରେ ୭୭ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିଥିଲେ । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଧାୟକ ପତାକା ଉତ୍ତୋଳନ କରିଥିବା ବେଳେସେହିପରି ସତ୍ୟବାଦୀ ବ୍ଳକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ଲୋଚନ ଦାସ ବ୍ଳକର କର୍ମଚାରୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ଥାନାରେ ଆଇଆଇସି ବିଜୟ କେତନ ବେହେରା ମନ୍ଦିର କାର୍ଯ୍ୟାଳୟ ପରିସରଶେମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲୋ ସେହିପରି ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଆରଧନା ସାମନ୍ତରାୟ ପତାକା ଉତ୍ତୋଳନ କରିଥିବା ବେଳେ ସମିତିସଭ୍ୟ ଦୀପକ ଶତପଥୀ,ଯୁବ ସମାଜସେବୀ ଦେବଦତ୍ତ ସମାନ୍ତରାୟଙ୍କ ସହିତ ନାଏବ ସରପଞ୍ଚଓ ସମସ୍ତ ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ । ସେହିପରି ପେଣ୍ଠପଡା ପଞ୍ଚାୟତରେ ସରପଞ୍ଚ ଚିନ୍ମୟ ରାଉତ ପତାକା ଉତ୍ତୋଳନ କରିଥିବା ବେଳେ ୱାଡସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ହାଇସ୍କୁଲ, ବାଳିକା ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛା୍ତ୍ରୀ ମାନେ ପ୍ୟାରେଡ କରି ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ । ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ସତ୍ୟବାଦୀ ସେବା ଅନୁଷ୍ଠାନ , ଭାରତ ବିକାଶ ପରିଷଦ, ପତଞ୍ଜଳି ଯୋଗ ସମିତି, ସ୍ୱାଦ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସହିତ ବିଭିନ୍ନ କ୍ଳବ, ବ୍ୟବସାୟୀ ସଂଘ, ପଞ୍ଚସଖା ମଣ୍ଡପ, କାଦୁଆ ଆଶ୍ରମ, ନୀଳାଚଳ କୃଷକ ମହାସଂଘ , ଷ୍ଟାର ଆଣ୍ଡ ଷ୍ଟାଇଲି କ୍ଳବ, ବକୁଳବନ, ପଞ୍ଚସଖା ସମାଧିପୀଠ ସବୁଠି ଉଡିଥିଲା ତ୍ରିରଙ୍ଗା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୩, ୭-୧୦ Sakhigopal News, 16/8/2023