Breaking News

କଂଗ୍ରେସ ପକ୍ଷରୁ ନଅ ଦଫା ଦାବି ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

 


ବାଲିଗୁଡ଼ା - ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ  ନିର୍ଦେଶ ଅନୁଯାଇ ସାରା ରାଜ୍ୟରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି ।  କନ୍ଧମାଳ ଜିଲ୍ଲା ବାଲିଗୁଡ଼l କଂଗ୍ରେସ ପକ୍ଷରୁ  ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି l ବାଲିଗୁଡ଼ାର ବରିଷ୍ଠ କଂଗ୍ରେସ ନେତା ତଥା କନ୍ଧମାଳ ସାଂସଦ ପ୍ରାର୍ଥ ମନୋଜ କୁମାର ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଜି କଂଗ୍ରେସ କାର୍ଯ୍ୟlଳୟ ଠାରୁ ଏକ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ବିଭିନ୍ନ ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ।  ନଅ ଦଫା ଦାବି ସମ୍ବଳିତ ଦାବୀ ପତ୍ର ମହାମହିମ୍ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ବିଡିଓ ଶଶାଙ୍କ ପାତ୍ରଙ୍କୁ  ପ୍ରଦାନ କରିଛନ୍ତି l ବ୍ଲକ୍ ରେ ଚାଲିଥିବା ଶତକଡା 15 ପ୍ରତିଶତ ରୁ 50 ପ୍ରତିଶତ ପି ସି କାରବାର ବନ୍ଦ l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହେଉଥିବା ଦୁର୍ନୀତି ବନ୍ଦ l ବେକାରୀ ସମସ୍ୟା ଚାଷୀ ମାରଣ ନୀତି ନାରୀ ନିର୍ଯାତନା l ଲୋ ଭୋଲଟେଜ ସମସ୍ୟା ଟାଟା କମ୍ପାନୀର ଖାଉଟି ବିରୋଧୀ ନୀତି l ପେଟ୍ରୋଲ ଡିଜେଲ ଓ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦର ଦାମ ବୃଦ୍ଧି l କୃଷିଜାତ ଦ୍ରବ୍ୟ ର ଅଭାବୀ ବିକ୍ରି ଏବଂ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ କୁ ଦେଉଥିବା 50ଲକ୍ଷ ଟଙ୍କା ବ୍ଲକ୍ ଜରିଆରେ ନଦେଇ ସିଧସଳଖ ଗ୍ରାମ ପଞ୍ଚାୟତ କୁ ଦେବାପାଇଁ ପ୍ରମୁଖ ଦାବୀରେ ଉଲେଖ ରହିଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଆଇବର ନାୟକ, ବରିଷ୍ଠ ନେତା ବଳରାମ ଦୋରା,ନଗର ସଭାପତି ସ୍ୱପ୍ନସ୍ୱର ସାହୁ,କାଉନସିଲର ଆଲୋକ କୁମାର ନାୟକ,ଅଜୟ କୁମାର ଦିଗlଲ,ନଗର ଯୁବ ସଭାପତି ବିଶ୍ୱାଳ ସାମଲ, ସାଗର ନାୟକ 14ଟି ପଞ୍ଚାୟତର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୮/୨୦୨୩---୯,୧୦ Sakhigopal News,18/8/2023

Blog Archive

Popular Posts