Breaking News

ଭଞ୍ଜନଗର ଏନ୍ ଏ ସି କାଉନସିଲ ମାନଙ୍କର ବୈଠକ



ଭଞ୍ଜନଗର -  ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କାଉନସିଲ ଯୋଗ ଦେଇଥିଲେ। ନଗରପାଳ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର ବୈଠକ ର ଆଭିମୁଖ୍ୟ ସମ୍ପର୍କରେ  ସୂଚନା ଦେଇଥିଲେ। ଚଳିତ ମାସ ଶେଷ ରେ ସ୍ୱାୟତ୍ତ ଶାସନ ଦିବସ ପଡୁଥିବା ବେଳେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ କୁ ଅତ୍ୟନ୍ତ ଧୁମଧାମରେ ପାଳନ କରିବାକୁ କାଉନସିଲ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି। ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା  କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।
     ଏଥିସହ ସହରର ପରିମଳ ବ୍ୟବସ୍ଥା ର ଉନ୍ନତି କରଣ ଉପରେ କାଉନସିଲ ବୋର୍ଡ ଅଧିକ ଗୁରୁତ୍ବ ଦେଇଛି। ଭଞ୍ଜନଗର ସହର ଏବେ ଅତ୍ୟନ୍ତ ସ୍ବଚ୍ଛ, ସୁନ୍ଦର ଦେଖାଯାଉଥିବା ବେଳେ ଆଗକୁ ସ୍ବଚ୍ଛତା କୁ ଅଧିକ ଗୁରୁତ୍ବ ଦିଆଯାଇ ଏହାକୁ ଏକ ସୁନ୍ଦର ସହରରେ ପରିଣତ କରାଯିବ। ଏଥିପାଇଁ ସମସ୍ତ କାଉନସିଲର ସଂପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାହୀ ଅଧିକାରୀ ଶ୍ରୀ କର ଅନୁରୋଧ କରିଥିଲେ। ଏବେ ବିଭିନ୍ନ ଯୋଜନାରେ ବିପୁଳ ପରିମାଣର ଅର୍ଥ ସହରର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଆସୁଥିବା ବେଳେ ଏସବୁର ସୁବିନିଯୋଗ କରାଯାଇ ଭଞ୍ଜନଗର ସହରକୁ ଜିଲ୍ଲାର ସର୍ବୋକୃଷ୍ଟ ସହରରେ ପରିଣତ କରିବାକୁ ନଗରପାଳ ଗୋପବନ୍ଧୁ ମହାପାତ୍ର ଆହ୍ବାନ ଦେଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୮/୨୦୨୩---୭,୨୦ Sakhigopal News,26/8/2023

Blog Archive

Popular Posts