Breaking News

ପ୍ରକାଶ ପାଇଥିବା ନର୍ସିଙ୍ଗ ରେଜଲ୍ଟ କୁ ବାତିଲ କରାଯାଇ ପୁର୍ନବାର ପରୀକ୍ଷା କରାଯିବା ପାଇଁ ଭାରତୀୟ ବିକାଶ ପରିଷଦର ଦାବୀ




ନୟାଗଡ, ରାଜ୍ୟରେ ମେଡ଼ିକାଲ କଲେଜ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ହେଲଥ ସେଣ୍ଟର ଓ ଜିଲା ହସ୍ପିଟାଲ ଗୁଡିକରେ ବହୁଳ ଭାବରେ ନର୍ସିଙ୍ଗ ଅଫିସର ପଦବୀ ଖାଲି ପଡ଼ିଛି।ଏହାକୁ ଲକ୍ଷ ରଖି ରାଜ୍ୟସରକାରଙ୍କ ପକ୍ଷରୁ ଏଗାର ହଜାର ପୋଷ୍ଟ ମଞ୍ଜୁର କରିଥିଲେ। ଏଥିମଧ୍ୟରୁ ସାତ ହଜାର ଚାରିସହ ପୋଷ୍ଟ ପୂରଣ ପାଇଁ ଗତମାର୍ଚ୍ଚ୧୯ତାରିଖରେ ପରୀକ୍ଷା ହୋଇଥିଲା ।ଏହିପରୀକ୍ଷା କୁ ଓଏସଏସସି ଙ୍କ ଦ୍ଵାରା କରା ଯାଇଥିଲା।ତେବେ ଏହି ପରୀକ୍ଷାର ରେଜଲ୍ଟ ସ୍ଵଛତା ନେଇ ଏବେଉଠିଛି ପ୍ରଶ୍ନ।ପରୀକ୍ଷା ପୂର୍ବରୁ ନୋଟିଫିକେସନରେ କଟ,ଅପ ମାର୍କ ସାଧାରଣ ବର୍ଗଙ୍କ ପାଇଁ୩୫ଏବଂଏସସିଓ ଏସଟି ଙ୍କ ପାଇଁ୩୦ରଖା ଯାଇଥିଲା। କିନ୍ତୁ ଏହାକୁ ଗୁରୁତ୍ୱ ଦିଆ ଯାଇ ନାହି କି କିଏ କେତେ ମାର୍କ ରଖିଲେ ପରୀକ୍ଷାର୍ଥୀ ଙ୍କୁ ଜଣା ଗଲା ନାହିଁ।ଏବଂ ଯେଉଁପରୀକ୍ଷାର୍ଥୀ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ମେଡ଼ିକାଲ ରେ ଡିଉଟି କରିଥିଲେ ସେମାନଙ୍କ ପାଇଁ ଗ୍ରେସ ମାର୍କ ଥିଲା, କିନ୍ତୁ ଏହା ଦିଆ ଗଲା କି ନାହିଁ, ଏହାବି ଅନ୍ଧାର ଭିତରେ ରହିଲା । ଜଣେ ନର୍ସିଙ୍ଗ ଛାତ୍ରଛାତ୍ରୀ ତିନିବର୍ଷ ପାଠ ପଢିବା ପାଇଁ୩ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରି ପାଠ ପଢି ଥାଆନ୍ତି।କେତେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ବ୍ୟାଙ୍କ ମାଧ୍ୟମରେ ଶିକ୍ଷା ଋଣ ନେଇପଢି ଥାଆନ୍ତି । ତେବେ ଚାକିରୀ ନ କଲେ ଏହି ଋଣ ସୁଝିବେ କେଉଁଠୁ।ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବହୁ ମେଧାବୀ ଛାତ୍ରଛାତ୍ରୀପଢିବା ପରେ ନର୍ସିଙ୍ଗ କାଉଂନ୍ସିଲ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଯିଏ ହାୟର ଫାଷ୍ଟ କ୍ଳାସ ବା ସେକେଣ୍ଡ ହୋଇଛନ୍ତି ତାହେଲେ ତାଙ୍କର ପାଠ ପଢିବା ମୂଲ୍ୟ କଣ ହେଲା।ଯେଉଁ ନର୍ସିଙ୍ଗ ଛାତ୍ରଛାତ୍ରୀ ନର୍ସିଙ୍ଗ କାଉଂନ୍ସିଲ ଦ୍ଵାରା ପରୀକ୍ଷା ଦେଇ ସାଠିପିକେଟ ପାଇଛନ୍ତି ଯିଏ ହାୟର ଫାଷ୍ଟକ୍ଳାସ ଓ ସେକେଣ୍ଡ କ୍ଳାସ ହୋଇଛନ୍ତି ସେହି ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି କଣ ପାଇଁ ଦିଆଗଲା ନାହିଁ।ଆଉଥରେ osssc ଦ୍ୱାରା ପରିଚାଳିତ ପରୀକ୍ଷା କରାଯିବା ଏହା ଦୃନିତିକୁ ଆୱାନକରା ଯାଉ ନାହିଁ ତ।ସୂଚନାଯୋଗ୍ୟଯେ osssc ଦ୍ୱାରା ପରୀକ୍ଷା ସ୍ୱଚ୍ଛ ନୁହେଁ।କାରଣ ପୂର୍ବରୁ ଏହି ବିଭାଗରେ ଦୃନୀତି ହୋଇଥିବାର ପ୍ରମାଣ ରାଜ୍ୟରେ ହଟଚମଟ ହୋଇଥିଲା। ଯଦି ରାଜ୍ୟ ସରକାର ସ୍ୱଚ୍ଛ ନିର୍ମଳ ଭାବେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ତାହେଲେ ବିଭାଗ ଦ୍ଵାରା ନିଯୁକ୍ତି ହେଉ।ଏବଂ omr ct ବ୍ୟବସ୍ଥା ବନ୍ଦ କରା ଯାଇ ଥିଓରୀ ପରୀକ୍ଷା ହେଉ।କିନ୍ତୁ ନର୍ସିଙ୍ଗ ପରୀକ୍ଷା ଯଦି କରୁଛନ୍ତି ତାହେଲେ ବିଭାଗ ଦ୍ଵାରା କିମ୍ବା ନର୍ସିଙ୍ଗ କାଉଂନ୍ସିଲ କୁଏହି ପରୀକ୍ଷା ଦିଆଯାଉ। ନର୍ସିଙ୍ଗ ପରୀକ୍ଷା ଫଳ ପ୍ରକାଶ ପାଇଛି ଏହାକୁ ବାତିଲ କରି ସାନି ପରୀକ୍ଷା ବ୍ୟବସ୍ଥା କରାଯିବାକୁ ଭାରତୀୟ ବିକାଶ ପରିଷଦ ର ନୟାଗଡ ଜିଲା ସମ୍ପାଦକ ନିରଂଜନ ଦାସ ଦାବିକରିଛନ୍ତି। ଯଦି ପରୀକ୍ଷା ଫଳ ପ୍ରକାଶନ ବାତିଲ ନ ହୁଏ ତାହେଲେ ମାନ୍ୟବର ଉଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହେବ ଭାରତୀୟ ବିକାଶ ପରିଷଦ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୮/୨୦୨୩----୨,୧୦ Sakhigopal News,17/8/2023

Blog Archive

Popular Posts