Breaking News

୯୦ ହଜାର ଟଙ୍କା ର ପିଡ଼ିଆ କୁ ୪୦ ହଜାର ଟଙ୍କା ଗାଡ଼ି ଭଡ଼ା





ଓଡ଼ଗାଁ - ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ସେବା ସମବାୟ ସମିତି ଲିଃ ରେ ଚଳିତ ବର୍ଷ ନୟାଗଡ଼ ଗୋଦାମ ରୁ ୪୦୦ ବସ୍ତା ସାର ଆଣିବାକୁ କୋମଣ୍ଡ ସମ୍ପାଦକ ୪୦ହଜାର ଟଙ୍କା ଖର୍ଚ୍ଚ କରିଥିବା କ୍ୟାସ୍ ବହି ଓ ବିଲ୍ ଭାଉଚର ରୁ ଜଣାପଡିଛି। ବିଲ୍ ରେ ନୟାଗଡ଼ ରୁ ସାର ଆସିଥିବା ବେଳେ ସେ କଟକ ରୁ ସାର ଆସିଥିବା ଦର୍ଶାଇ ୧୯,୩୩୫ ଟଙ୍କା ଓ ରାକ ପଏଣ୍ଟ ଠାରୁ ଗୋଦାମ କୁ ୧୯୨୬ ଟଙ୍କା ପୁଣି ନୟାଗଡ଼ ରୁ କୋମଣ୍ଡ ଆଣିବାକୁ ୧୦,୫୦୦ ଟଙ୍କା, ଲୋଡିଙ୍ଗି ଓ ଅନଲୋଡିଗଂ ବାବଦକୁ ୪୦୦୦ ଟଙ୍କା ଖର୍ଚ୍ଚ ହୋଇଛି । ସମ୍ପାଦକ ଙ୍କ ନୟାଗଡ଼ ଯିବା ପାଇଁ ତେଲ ଖର୍ଚ୍ଚ ୩୦୦ ଟଙ୍କା, ଜଳଖିଆ ୪୫୦ ଟଙ୍କା ଇତ୍ୟାଦି ସର୍ବମୋଟ ପାଖା ପାଖି ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ସମ୍ପାଦକ ଦୁଇଟି ଗାଡ଼ି ରେ ୟୁରିଆ ସାର ଆଣିଥିବା ଦର୍ଶାଇ କ୍ୟାସ ବହି ରେ ୧୦,୫୦୦ ଟଙ୍କା ବିଲ୍ କରିଥିବା ବେଳେ ଗୋଟିଏ ବିଲ୍ ରେ ୪୦୦ ପ୍ୟାକେଟ ୟୁରିଆ ସାର ଓ ଜଣେ ଗାଡ଼ି ଚାଳକ ଦସ୍ତଖତ କରିଥିବା ଜଣାପଡ଼ିଛି। ଆଉ ଗୋଟିଏ ଭାଉଚର ନାହିଁ। ଏ ନେଇ ସମ୍ପାଦକ ଲିଙ୍ଗରାଜ ସାହୁ ଓ ସୋସାଇଟି ସଭାପତି ପ୍ରଶାନ୍ତ ମିଶ୍ର ଙ୍କ ଫୋନ୍ ଯୋଗେ ପ୍ରତିକ୍ରିୟା ନେବାରୁ "ମୁଁ ଆପଣଙ୍କୁ କିଛି ବିଲ୍ ଭାଉଚର ଦେଖେଇପାରିବି ନାହିଁ କି ଦେବି ନାହିଁ ଆପଣ ଯାହା କରିବାର ଅଛି କରନ୍ତୁ" ଯେଉଁ ନ୍ୟୁଜ ରେ ପ୍ରକାଶ କରିବେ କରନ୍ତୁ କହି ଫୋନ୍ କାଟି ଦେଇଥିଲେ। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୧/୮/୨୦୨୩-----୯,୩୫ Sakhigopal News 

Blog Archive

Popular Posts