Breaking News

କୃଷି କ୍ରାନ୍ତି ପାଇଁ ବସିଲା ଗ୍ରାମସଭା



କନ୍ଧମାଳ -- କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଆଜି  ସ୍ଥାନୀୟ ସରପଞ୍ଚ ଶ୍ରୀ ବିଷ୍ଣୁଦେବ ପ୍ରଧାନଙ୍କ ସଭାପତିତ୍ୱରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି।  ଦ୍ୱିତୀୟ ରବି ଫସଲ ଉତ୍ପାଦନ ନିମନ୍ତେ, କୃଷକ ପର୍ଟାଲ ରେ ପଞ୍ଜିକରଣ ହୋଇନଥିବା ଚାଷୀଙ୍କ ନାମ ପଞ୍ଜିକରଣ କରିବା, ଜଳସେଚନର ଭିତ୍ତିଭୂମିକୁ ସୁବ୍ୟବସ୍ଥା କରିବା ସହିତ ଉତ୍ତମ ମାନର ବିହନ ଠିକ ସମୟରେ ଚାଷୀଙ୍କୁ ଯୋଗାଇବା ଦେବାନିମନ୍ତେ, ସ୍ୱତନ୍ତ୍ର ଗ୍ରାମସଭା ରେ ଉପସ୍ଥାପନା କରାଯାଇଥିଲା ।   ଆଜିର ଏହି ଗ୍ରାମସଭାରେ  ମହିଳା ଜୀବିକା ସୁରକ୍ଷା ମଞ୍ଚ ବ୍ଲକ ସଂଯୋଜିକା ସସ୍ମିତା ମଲିକ, ଜିଲ୍ଲା କାର୍ଯ୍ୟକାରିଣୀ କମିଟି ମେମ୍ବର ସଞ୍ଜୟ ଦିଗାଲ,କୃଷି ବିଭାଗ କର୍ମଚାରୀ କବିରାଜ ଗୌଡ଼ କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ଶ୍ରୀ ତ୍ରିଲୋଚନ ନାଥ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାବୁଲା ସାହୁ ଗ୍ରାମ ରୋଜଗାର ସେବିକା ସ୍ଵାଗତିକା ନାୟକ ଏମ ବି କେ ଡି. ସବନାମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ତରଙ୍ଗ ସମ୍ପାଦକ ହୃଷିକେଶ ପ୍ରଧାନ ମାଧ୍ୟମ ଫାଉଣ୍ଡେସନର ଉମେଶ ଚନ୍ଦ୍ର ପ୍ରଧାନ ଏବଂ ରାଜକୁମାର ପ୍ରଧାନ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ,ସମାଜସେବୀ ରାଜବାଳା ସିଂ, ରଟିଙ୍ଗିଆ ଗ୍ରାମପଞ୍ଚାୟତ ମହାସଙ୍ଗ ସମ୍ପାଦିକା ଦମ୍ବିକା ନାୟକ, ଭୀମଆର୍ମି ସଂଗଠନ ସଭାପତି ଫିରାଜ ଦିଗାଲ, ସୁଶିଲ ପ୍ରଧାନ, ଧନ ଫାଉଣ୍ଡେସନ କର୍ମୀ ପରମେଶ୍ୱର ମଲ୍ଲିକ ସମେତ ଅଙ୍ଗନବାଡି କର୍ମୀ, ସିଆରପି, ଏବଂ ପଞ୍ଚାୟତର ଅନେକ ଯୁବକ, ଯୁବତୀ,ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୮/୨୦୨୩----୮,୪୫ Sakhigopal News,16/8/2023

Blog Archive

Popular Posts