ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିର ନିକଟ ପାନ୍ଥଶାଳା ପରିସରରେ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଗୁଣ୍ଡିଚା ବରାଳ , ସଂଗଠକ ଅମର ନନ୍ଦ ପ୍ରମୁଖ ସାକ୍ଷୀଗୋପିନାଥ ଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଠଗଡର ଏକ ବେସରକାରୀ ମେଡିକାଲ ପକ୍ଷରୁ ଡାକ୍ତର , ଫାର୍ମାସିଷ୍ଟ ଓ ମେଡିକାଲର କର୍ମଚାରୀ ମାନଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ମେଡିସିନ ପ୍ରଦାନ କରାଯାଇଥିଲା । ପରେ ପରେ ଅନୁଷ୍ଠିତ ସଭାରେ ଅତିତବ ଭାବେ ସମାଜର ମୁଦ୍ରକାର ଓ ପ୍ରକାଶକ ନିରଜ୍ଞନ ରଥ ଳ ଅନୁଷ୍ଠାନର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଉପଦେଷ୍ଠା ପୁଷ୍କର ମହାପାତ୍ର, ଅନୁଷ୍ଠାନର ସଂଗଠନର ସାଧାରଣ ସମ୍ପାଦକ ଅମର ନନ୍ଦ, ଅୃଷିକେଶ ମିଶ୍ର ଓ ମହିଳା ସଂଗଠନର ନେତ୍ରୀ ସଖିମଣୀ ବରାଳ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ନିୟମ, ରାଜ୍ୟ ସରକାର କରିଥିବା ବିଭନ୍ନ ଯୋଜନା ସମ୍ପକରେ ମତ ରଖିଥଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ୪୯୭ ଜଣଙ୍କୁ ଆଶାବାଡି ଓ ୫୬୦ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ରବି ନାରାୟଣ ଦତ୍ତ, ପ୍ରଫୁଲ ଚନ୍ଦ୍ର ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ରାଜେନ୍ଦ୍ର ନାଥ ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୩----୮,୨୦ Sakhigopal News, 21/8/2023