>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ବିଷଧର ନାଗସାପ ଉଧାର : ସରପଞ୍ଚ ପ୍ରତିନିଧି ଙ୍କ ରାତି ଅଧିଆ ସେବା ପାଇଁ ଅଂଚଳବାସୀ ଖୁସି

     

    ଭଞ୍ଜନଗର--- ବି.ଡ଼ି.ପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ସୋରିଶମୁଳୁ ଗ୍ରାମ ର ଆଲୋଯନୀ ନାଇକ ରାତିରେ ଖାଇସାରି ବିଛଣା କୁ ଶୋଇବା କୁ ଗଲାବେଳେ ଘରେ ଏକ ବିରାଟ ନାଗ ସାପ ଦେଖିବାକୁ ପାଇଥିଲେ। ହଠାତ ସେ ଚିତ୍କାର କରି ସେଠାରୁ  ପଦାକୁ ବାହାରି ଆସି ମୋ ଘରେ ବିରାଟ ସାପ ଅଛି ବୋଲି କହିଥିଲେ ।  ଏବଂ ସେ ଜଣେ ହରିଜନ ଅସହାୟ ଗରିବ ମହିଳା । ଯାହାଙ୍କ ଘରେ ଆଉ କେହି ସଦସ୍ୟ ନଥିବା ରୁ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ଙ୍କ ଘରେ ଆସି  ଶରଣ ନେଇଥିଲେ ।  ତାଙ୍କ ଘରେ ବିରାଟ ନାଗ ସାପ ଅଛି ବୋଲି କହିଥଲେ । ଶ୍ରୀ ସାହୁ ତାଙ୍କର ଗ୍ରାମ ର କିଛି ସହଯୋଗୀ ଙ୍କୁ ଡାକି ସାପ ଟିକୁ ଦେଖିଥିଲେ । ସେ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ସ୍ନେକ ହେଲ୍ପଲାଇନସର ସଦସ୍ୟ ଙ୍କ ସହିତ ଯୋଗାଯୋଗ କରିଥିଲେ । କିନ୍ତୁ ଯୋଗାଯୋଗ ହୋଇ ପାରି ନଥିବାରୁ ଜଗନ୍ନାଥ ପ୍ରସାଦ ବନଖଣ୍ଡ ର ଦାୟିତ୍ୱ ରେ ଥିବା ରେଞ୍ଜ ଅଧିକାରୀ ଶ୍ରୀ କୁମର ବେହେରା ଙ୍କୁ ଫୋନ ରେ ଯୋଗାଯୋଗ କରି ସମସ୍ତ ଘଟଣା କହିଥିଲେ। ରେଞ୍ଜର ଙ୍କ ପରାମର୍ଶ କ୍ରମେ ତତ୍ କ୍ଷଣାତ୍ ତାଙ୍କ ପାଖରେ ସାପ ଧରିବା ଲୋକ ନଥିଲେ ମଧ୍ୟ ତାଙ୍କର ଦୁଇ ଜଣ ବନରଖି ଶ୍ରୀ ଶ୍ରୀମନ ପ୍ରଧାନ ଓ ଶ୍ରୀମତୀ ପ୍ରିୟଙ୍କା ପାଳ ଉଭୟ ଙ୍କୁ ଉକ୍ତ ସ୍ଥାନକୁ ତୁରନ୍ତ ପଠାଇ ଥିଲେ । ତା ପରବର୍ତ୍ତୀ ସମୟ ରେ ସରପଞ୍ଚ ଙ୍କ ପ୍ରତିନିଧି ଜଗନ୍ନାଥ ପ୍ରସାଦ ସ୍ନେକ ହେଲ୍ପଲାଇନ ର ସଦସ୍ୟ ବାବୁ ଭାଇ ଙ୍କୁ ବାରମ୍ବାର ଫୋନ ରେ ଯୋଗାଯୋଗ ରେ ରହିଥିଲେ । କିନ୍ତୁ  ରାତ୍ରରେ ବର୍ଷା ଝିପି ଝିପି ହେଉଥିବା ଯୋଗୁଁ  ରାତ୍ର ରେ ସେ ବାଇକି ରେ ଯିବାକୁ ମନ ବଳାଇ ନଥିଲେ ।ବାଧ୍ୟ ହୋଇ ସରପଞ୍ଚ ଙ୍କ ପ୍ରତିନିଧି ତାଙ୍କ ପାଇଁ ଏକ ଚାରି ଚକିଆ ଯାନ ଭଡା ସୂତ୍ର ରେ ବ୍ୟବସ୍ତା କରି ତାଙ୍କୁ ତତ୍ କ୍ଷଣାତ୍ ଉକ୍ତ ସ୍ଥାନ କୁ ଆଣିଥିଲେ ।  ବହୁ ଜଟିଳ ପରିସ୍ଥିତି ରେ ସାପ ଟି  କୁ ସ୍ନେକ ହେଲ୍ପଲାଇନ ର ସଦସ୍ୟ ବାବୁ ଓ ଉଭୟ ବନରଖି ଙ୍କ ମିଳିତ ଉଦ୍ୟମ  ନାଗ ସାପ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।   ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ   ସାପ ଟିକୁ ବଣ ରେ ଛାଡ଼ିଦେବା  ପାଇଁ କହିଥଲେ। ଯେହେତୁ ବନ ହିଁ ଜୀବନ । ସରପଞ୍ଚ  ପ୍ରତିନିଧି ଙ୍କ ଏହି ଭଳି ରାତି ଅଧିଆ ସାଧାରଣ ହରିଜନ ଅସହାୟ ଗରିବ ମହିଳା ଙ୍କୁ ସେବା ଯୋଗାଇ ଥିବା ଯୋଗୁଁ ଅଞ୍ଚଳ ବାସୀ  ଭୂୟଂସୀ ପ୍ରଶଂସା କରିବା ସହ ଜଗନ୍ନାଥ ପ୍ରସାଦ ବନଖଣ୍ଡ ର ରେଞ୍ଜ ଅଧିକାରୀ ଏବଂ କର୍ମକର୍ତ୍ତା ଓ ସ୍ନେକ ହେଲ୍ପଲାଇନ ର ସଦସ୍ୟ ବନ୍ଧୁ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୮/୨୦୨୩---୭,୨୦ Sakhigopal News,18/8/2023

    Blog Archive

    Popular Posts