Breaking News

୫ଟି ସଚିବଙ୍କୁ ବିରୋଧ କଲା ନବ ନିର୍ମାଣ ଛାତ୍ର ସଂଘଠନ , ବିରୋଧୀଙ୍କୁ କାବୁ କଲା ପୋଲିସ


ଜଟଣୀ --- ସ୍ଥାନୀୟ ଖୁଦୁପୁର ପଡିଆରେ ଇଣ୍ଡୋର ଷ୍ଟାଡିୟମ ଠାରେ  ୫ଟି ସଚିବଙ୍କ  ସିଧାସଳଖ ଜନସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ।
 ଦୀର୍ଘଦିନର ଜଟଣୀ ସହରର ଅନେକ ସମସ୍ୟାର ସମାଧାନ ହୋଇପାରୁନାହିଁ ।  ୫ଟି ସଚିବଙ୍କ ସିଧାସଳଖ ଅଭିଯୋଗ ଶୁଣାଣୀକୁ ବିରୋଧ କରି ସଭା ଆରମ୍ଭ ପୂର୍ବରୁ ନାରାବାଜି ଯଥା - ସହରର ଇଲେକ୍ଟ୍ରି ସମସ୍ୟାର ସମାଧାନ, ଜଗନ୍ନାଥ ଜମିର ସୁରକ୍ଷା, ଜଟଣୀ ମହା ବିଦ୍ୟାଳୟକୁ ନିଜସ୍ୱ ନାମରେ ଜମି ପ୍ରଦାନ କରିବା, ଖଣି ମାଫିଆଙ୍କ ଠାରୁ ଜଙ୍ଗଲ ଜମି ଉଦ୍ଧାର ଏଭଳି ଅନେକ ସମସ୍ୟା ନେଇ ଘୋର ବିରୋଧ କରିଥିଲେ ନବ ନିର୍ମାଣ ଛାତ୍ର ସଂଘଠନ l ସଭାସ୍ଥଳରେ ସଜାଗ ଥିବା ପୋଲିସ ପ୍ରଶାସନ ସଙ୍ଗେ ସଙ୍ଗେ  ବିରୋଧ କରୁଥିବା ନବ ନିର୍ମାଣ ଛାତ୍ର ସଂଘଠନର ସମସ୍ତ କର୍ମକର୍ତ୍ତାଙ୍କୁ କାବୁ କରି ପୋଲିସ ଭ୍ୟାନରେ ଉଠାଇ ନେଇ ଯାଇଥିଲେ l ପରେ ପରେ ସଭାକାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୮/୨୦୨୪---୭,୧୫ Sakhigopal News,26/8/2023

Blog Archive

Popular Posts