Breaking News

ରାଜା ସ୍ବର୍ଗତ ହରିହର ସିଂହ ମର୍ଦ୍ଧ ରାଜଙ୍କ ଜୟନ୍ତୀ ପାଳିତ



 
  ନୟାଗଡ଼---- ଖଣ୍ଡପଡ଼ା ର ତତ୍କାଳୀନ ରାଜା ସ୍ୱର୍ଗତ ହରିହର ସିଂହ ମର୍ଦ୍ଧରାଜଙ୍କର ୧୧୦ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଖଣ୍ଡପଡ଼ା ରାଜବାଟି ପରିସରରେ ଥିବା ରାଜାଙ୍କ ପ୍ରତିମୂର୍ତ୍ତି ରେ ରାଜ ପରିବାରର ସଦସ୍ୟ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ରେ ପ୍ରଧାନ ଶିକ୍ଷୟତ୍ରୀ ଲିପସା ନନ୍ଦ , ପରିଚାଳନା କମିଟି ସଭାପତି କାଶୀନାଥ ଦାସ , ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସମେତ ଛାତ୍ର ଛାତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ବର୍ଗତ ରାଜା ହରିହର ସିଂହ ଉଚ୍ଚ ଶିକ୍ଷା ର ପ୍ରସାର ପାଇଁ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ରାଜାଙ୍କ ସ୍ମୃତିରକ୍ଷା ନିମନ୍ତେ ଚଳିତ ବର୍ଷ ଠାରୁ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବା ଜଣାପଡିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୦/୮/୨୦୨୩----୨,୧୦ Sakhigopal News,30/8/2023

Blog Archive

Popular Posts