Breaking News

ଡିଏଭି ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ



ଭଞ୍ଜନଗର--  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି  ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ କ୍ରୀଡାବିତ୍ ଶ୍ରୀ ସୁବାଷ ଚନ୍ଦ୍ର ଗୌଡ ଯୋଗ ଦେଇଥିଲେ । ବିଦ୍ୟାଳୟର  ହାଉସ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଓ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ  କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ନିମନ୍ତ୍ରିତ ଅତିଥିଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ। ଧ୍ୟାନ ଚାନ୍ଦଙ୍କ ଖେଳ ପ୍ରତି ଅବଦାନକୁ ସ୍ମରଣ କରି ମୁଖ୍ୟ ଅତିଥି ଓ ଛାତ୍ରଛାତ୍ରୀ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଗଣେଶ ବାହାଦୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଜି ସ୍ନିଗ୍ଧା ରାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୯/୮/୨୦୨୩---- 8,15

Blog Archive

Popular Posts