ଅଭିଯୁକ୍ତ କୁ ଗିରଫ ଦାବିରେ ରାସ୍ତାରୋକ
କନ୍ଧମାଳ ---- ମା ପାଟଖଣ୍ଡା ଅଳଙ୍କାର ମାଲିକଙ୍କ ଉପରକୁ ଗୁଳି ମାଡ଼ ଓ ଖଣ୍ଡା ରେ ଦୁର୍ବୁତ୍ତ ଙ୍କ ଆକ୍ରମଣ ସହ ଲୁଟ ଘଟଣା ରେ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ୱାରା ହୋଇଥିବା ରାସ୍ତା ଅବରୋଧ ହଟିଛି l ଅଭିଯୁକ୍ତ କୁ ଗିରଫ ଦାବି, ବାଲିଗୁଡା ସହର ରେ ଲାଗିଥିବା ସିସି ଟିଭି କୁ ପୂର୍ଣ୍ଣ କାର୍ଯ୍ୟକ୍ଷ୍ୟମ ଦାବି ସହ ପୋଲିସ ପ୍ରହରା କୁ କଡାକଡି ପାଳନ ଦାବି ରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ତେବେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ବାଲିଗୁଡା ଏସ.ଡ଼ି.ପି.ଓ ୟସ ପ୍ରତାପ ଶ୍ରୀମଲ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସିସି ଟିଭି କାର୍ଯ୍ୟକ୍ଷ୍ୟମ ସହ ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରିବା ନେଇ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା l ସୂଚନା ଅନୁଯାୟୀ ବାଲିଗୁଡା ବଜାରସାହି ସ୍ଥିତ ମା ପାଟଖଣ୍ଡା ଅଳଙ୍କାର ଦୋକାନ ରେ ତିନି ଜଣ ଦୁର୍ବୁତ୍ତ ବାଇକ ରେ ଆସି ଦୋକାନୀ ଉପରକୁ ଗୁଳି ମାଡ କରିଥିଲେ । ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଅଳଙ୍କାର ଦୋକାନୀ ସୁବାସ ଚନ୍ଦ୍ର ଅଚାରୀ ଗୁରୁତର ଆହତ ହୋଇ ବାଲିଗୁଡା ମେଡିକାଲ ରେ ଭର୍ତି ହୋଇଥିଲେ l ଅବସ୍ଥା ଗୁରୁତର ହେବାରୁ ସୁବାସ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ର ଏକ ଟିମ ତଦନ୍ତ ଆରମ୍ଭ କରିଛି l ବାଲିଗୁଡା ସମେତ କ. ନୂଆଗାଁ, ସାରଙ୍ଗଡ଼, ରାଇକିଆ, ଦାରିଂବାଡ଼ି ଅଞ୍ଚଳରେ ମଧ୍ୟ ପୋଲିସ ଦୁର୍ବୁର୍ତ୍ତ ଙ୍କୁ ଧରିବାକୁ ଛାନଭିନ ଚଳାଇଛି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୮/୨୦୨୩----୮,୫୫ Sakhigopal News,29/8/2023