Breaking News

ଭଙ୍ଗା ଦଦରା ଘରେ ଭଡାରେ ଚାଲିଛି ନୂଆଗଡ଼ିଆସାହି ପୋଲିସ ଆଉଟ ପୋଷ୍ଟ


ନୟାଗଡ---- ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଠାରୁ ଆରମ୍ଭ କରି ଜିଲାର ବିଭିନ୍ନ ସରକାରୀ ଦପ୍ତରର ଘର ନିର୍ମାଣ କାର୍ଯ୍ୟ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।  ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଥାନା ଓ ପୋଲିସ ଆଉଟ ପୋଷ୍ଟ ମଧ୍ୟ ନବୀକରଣ କରାଯାଉଛି। ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ  ନୂଆଗଡ଼ିଆସାହି ଛକରରାସ୍ତା ପାର୍ଶ୍ଵରେ ଅବସ୍ଥିତ ପୋଲିସ ଆଉଟ ପୋଷ୍ଟ ଏବେ ଭଡ଼ା ଓ ଭଙ୍ଗାରୁଜା ଘରେ ଚାଲିଛି । ଏହି ଆଉଟ ପୋଷ୍ଟଟି୧୯୮୭ମସିହା ଠାରୁ ଏକ ଭଡା ଘରେ ଚାଲିଛି। ଏଥିପ୍ରତି କୌଣସି ନେତା ବା ପୋଲିସ ଉଚ୍ଚକର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ନ ପଡିବା ଦୁଃଖ ଓ ପରିତାପର ବିଷୟ ହୋଇଛି।  ନୂଆଗଡ଼ିଆ ସାହିରେ ପୋଲିସ ଆଉଟ ପୋଷ୍ଟ ପାଇଁ ସ୍ଥାୟୀ ଗୃହ ନ କରି ୮୭ ମସିହା ଠାରୁ ମାସିକିଆ ଭଡା ଦେବା ଫଳରେ ସ୍ଥାୟୀ ଗୃହଠାରୁ ଅଧିକା ବଳୀଗଲାଣି ଭଡା।କଥାରେ ଅଛି କବାଟ ପଇସା ତାଟି ଖାଏ।  ନୂଆଗଡ଼ିଆସାହି ଠାରେ ପୋଲିସ ଆଉଟ ପୋଷ୍ଟ ନିଜସ୍ୱ ଗୃହ କଣ ପାଇଁ ନିର୍ମାଣ ହେଉନାହିଁ ଏହା ବୁଝା ପଡୁନାହିଁ।ନିଜସ୍ୱ ଗୃହ ଥାଆନ୍ତା ତାହେଲେ କର୍ମଚାରୀ ମାନେ ଅସୁବିଧାର ସମ୍ମୁଖିନ ହୁଅନ୍ତେ ନାହିଁ।ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କସହ ଯୋଗାଯୋଗ ପରେ କହିଛନ୍ତି ଆଉଟପୋଷ୍ଟ ସମ୍ପର୍କରେ ଦୃଷ୍ଟି ଦେବେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୮/୨୦୨୩----୯,୨୫ Sakhigopal News,19/8/2023

Blog Archive

Popular Posts