Breaking News

ବରିଷ୍ଠ ନାଗରିକଙ୍କ ଉପରେ ଆକ୍ରମଣ , ସତ୍ୟବାଦୀ ପୋଲିସରେ ଅଭିଯୋଗ , କାର୍ଯ୍ୟନୁଷ୍ଠାନ ଶୁନ୍ୟ


ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନାରେ ଜଣେ ବରିଷ୍ଠ ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ଉଦ୍ଦ୍ୟମ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ ମଧ୍ୟ ସତ୍ୟବାଦୀ ପୋଲିସ ନାମକୁ ମାତ୍ର ଅଭିଯୋଗ ରଖିଥଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚନ୍ଦ୍ରବ୍ରହ୍ମପୁର ଗ୍ରାମର ଲକ୍ଷ୍ମୀଧର ମିଶ୍ର ତାଙ୍କ ଘର ନିକଟରେ ଏକ ଜମି ରହିଛି । ଉକ୍ତ ଜମିର ମଧ୍ୟଭାରେ ୪ଗୋଟି ପରିବାର ଅନେକ ଦିନ ହେବ ରହି ଆସୁଛନ୍ତି ।  ଗୋଟିଏ ପରିବାରକୁ କିଛି ଜମି ବାରିର ଶେଷ ଭାଗରେ ଦିଆଯାଇଛି । ତାହା ମଧ୍ୟ ତାଙ୍କ ନାମରେ ରେଜିଷ୍ଟି କରାଯାଇଛି । ମାତ୍ର ଉକ୍ତ ପରିବାର ଦିଆଯାଇଥବା ଜମିକି ନ ଯାଇ ଜୋର ଜବରଦସ୍ତ ପୂର୍ବରୁ ରହିଥିବା ଜମିରେ ରହି ଉକ୍ତ ଜମିରେ ଗଛ ପତ୍ର ଲଗାଇଲେ ତାହା ହାଣି ଦେଉଛନ୍ତି ।  ଗଛ ପତ୍ର ଲଗାଇବା ପାଇଁ ବାଡ କରାଯାଇଥିଲା । ମାତ୍ର ବିଶୁନିଆ ଭୋଇ ବାଡ ଭାଙ୍ଗିଦେଇଥିଲେ । ପରେ ବାଡ ମରାମତି କରି ଉକ୍ତ ଜମିରେ ୧୦ ତାରିଖରେ  ଗଛ ଲଗାଇବା ପାଇଁ ଗାତ ଖୋଳୁଥିବା ସମୟରେ ବିଶୁନି ଅଶ୍ଳୀଳ ଭାଷାରେ ଗାଳିମନ୍ଦି କରିବା ସହଏକ କଟୁରୀ ଧରି ମତୋ ଆକ୍ରମଣ କରିବା ପାଇଁ ଗୋଡାଇବାରୁ ମୁଁ ଭୟରେ ଘରକୁ ଦେଯଡିକି ପଳାଇ ଆସି କବାଟ ଭିତରପଟୁ ଦେଇ ଦେବାରୁ ବିଶୁନି ଠାରୁ ରକ୍ଷା ପାଇ ଗଲେ ବୋଲି ଲିଖିତ ଅକାରରେ ୧୦ ତାରିକ ଦିନ ଜଣାଇଥିଲେ । ମାତ୍ର ସତ୍ୟବାଦୀ ଥାନା ଅଧିକାରୀ ଉକ୍ତ କେସକୁ ମାମୁଲି ଭାବେ ଗ୍ରହଣ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଜଣାପଡିଛି । ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରିଥିବା ବେଳେ ସତ୍ୟବାଦୀ ଥାନା ଅଧିକାରୀଙ୍କର ଇଏ କେଉଁଭଳି ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ତାହା ଜଣାପଡୁନାହିଁ । ତୁରନ୍ତ ପୁରୀ ଏସପି ନଜର ଦେବାକୁ ସତ୍ୟବାଦୀ ବରିଷ୍ଠ ନାଗରିକ କମିଟି ପକ୍ଷରୁ ଦାବି ହେଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୩, ୭-୧୦ Sakhigopal News, 16/8/2023

Blog Archive

Popular Posts