Breaking News

ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ୭୭ ତମ ସ୍ବାଧିନତା ଦିବସ ପାଳିତ




ଡେଲାଙ୍ଗ-----ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୭ ତମ ସ୍ବାଧିନତା ଦିବସ ଅନୁଷ୍ଠିତ ହୋଯାଇଛି। ବିଦ୍ୟାଳୟର  ପ୍ରଧାନଶିକ୍ଷକ ଶ୍ରୀ ଜଳନ୍ଧର ବେହେରା ପତାକା ଉତ୍ତୋଳନ  କରି ଆଦର୍ଶ ନାଗରିକ ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।  ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହିରନ୍ୟମୟୀ ମହାପାତ୍ର ଓ କମିଟି ସଭାପତି ଅକ୍ରୁର ବରାଳ, ମୋ ସ୍କୁଲ ସଭାପତି ଅସିତ୍ ମିଶ୍ର , ସି.ଆର.ସି.ସି ପବିତ୍ର କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ଵାଧୀନତା ର ମୂଲ୍ୟବୋଧ ,ଏଥିରେ ଆମର ଭୂମିକା ଓ ଆବଶ୍ୟକତା ସମ୍ପର୍କରେ ମତ ପ୍ରଦାନ କରିଥିଲେ । ବରିଷ୍ଠ ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି , ମିହିର କୁମାର ମିଶ୍ର ଓ ସଂସ୍କୃତ ଶିକ୍ଷୟିତ୍ରୀ  ଗୋଦାବରୀ ସ୍ୱାଇଁ ନିଜର ସୁଚିନ୍ତିତ ବକ୍ତବ୍ୟ  ପ୍ରଦାନ କରିଥିଲେ।  ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ ,ଶିକ୍ଷକ ସତ୍ୟବ୍ରତ ମିଶ୍ର ଓ ସୌମ୍ୟ ରଞ୍ଜନ ବେହେରା ବକ୍ତବ୍ୟରେ' ଆଜିର ପିଲା ଆସନ୍ତା କାଲିର ସ୍ବପ୍ନ 'ବୋଲି ମତବ୍ୟକ୍ତ କରିଥିଲେ।  । ଏହି ଅବସରରେ ବୁର୍ବରୁ ସମାହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଓ ପ୍ରଶଂସିତ ସୋଇଥିବା  ପ୍ରତିଯୋଗୀ ମାନଙ୍କୁ   ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସ୍କାଉଟରେ ରାଜ୍ୟପାଳ ପୁରସ୍କାର ଲାଭ କରିଥିବା ତିନି ଜଣ ଛାତ୍ରଙ୍କୁ ମୁଖ୍ୟ ଅତିଥି ଓ ସ୍କାଉଟ ମାଷ୍ଟର ବସନ୍ତ କୁମାର ପ୍ରଧାନ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷୟିତ୍ରୀ ନନ୍ଦିତା ରାଣୀ  ବେହେରା, ସ୍ନେହଲତା ସାହୁ, ପଲିଶ୍ରୀ ସେଠୀ ପୁରସ୍କାର ବିତରଣ କାର୍ଯକ୍ରମ ପରିଚାଳନା କରିଥିଲେ। ଶିବ ପ୍ରସାଦ ଶତପଥୀ ,ରବି ବିଶ୍ଵାଳ,ଲଳିତ ସାହୁ ବିଦ୍ୟାଳୟ ସହକର୍ମୀ ପ୍ରମୁଖ ସହଯୋଗ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୮/୨୦୨୩---୩,୧୫ Sakhigopal News,17/8/2023

Blog Archive

Popular Posts