Breaking News

୫ଟି ସଚ୍ଚିବ ଭି,କେ, ପାଣ୍ଡିଆନଙ୍କୁ ଚାକିରିରୁ ବହିଷ୍କାର ଓ ଗିରଫ ଦାବି ନେଇ ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ



ନୟାଗଡ----ଭାରତୀୟ ବିକାଶ ପରିଷଦ ତରଫରୁ ସନ୍ତୋଷ ସୀମା କଲ୍ୟାଣ ମଣ୍ଡପ ବିଜିପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ଅନୁଷ୍ଠାର  ସଭାପତି  ସୁରେନ୍ଦ୍ର ପାଣିଗ୍ରାହୀ ସମ୍ମିଳନୀରେ କହିଥିଲେ  ଯେ ରାଜ୍ୟରେ ଗଣତନ୍ତ୍ର ହତ୍ୟା, ଅସମ୍ଭିଧାନିକ ଭାବେ କାର୍ଯ୍ୟ ଚାଲିବା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଫାଣ୍ଡାମେଣ୍ଟାଲ ଅଧିକାର ଉଲଂଘନ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ହାଇଜାକ କରି ଆଇ ଏ ଏସ ଭି କେ  ପାଣ୍ଡିଆନ ଦମ୍ପତି ୨୦୨୧ ମସିହା ଠାରୁ ରଖିଥିବାରୁ ରାଜ୍ୟରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିବା ସହିତ ଶ୍ରୀ ପାଣ୍ଡିଆନ ଙ୍କୁ ଚାକିରିରୁ ବହିଷ୍କାର ଓ ଗିରଫ କରିବା ପାଇଁ ଭାରତୀୟ ବିକାଶ ପରିଷଦ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଙ୍କ ଠାରେ ପତ୍ରମାଧ୍ୟମରେ ଦାବି କରିଥିବା ଜଣାପଡିଛି ।ଉକ୍ତ ସାମ୍ବାଦିକ ସମିଳନୀରେ କିଶୋର ଚନ୍ଦ୍ର ପାତ୍ର, ଉପସଭାପତି, ରାଜେନ୍ଦ୍ର ଦଶଳବେହେରା ସମ୍ପାଦକ ଭାରତୀୟ ବିକାଶ ପରିଷଦ, ଗୁରୁଚରଣ ପାତ୍ର, ଦିନେଶ ରାଜ, ସହିତ ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ I ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୧/୮/୨୦୨୩-----୧,୫୫ Sakhigopal News,31/8/2023

Blog Archive

Popular Posts