Breaking News

ନିଖୋଜ ମହିଳାଙ୍କ ଶବ କେନାଲ ପାଖ ଯୋରରୁ ଶବ ମିଳିଲା



ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଗ୍ରାମ ପଞ୍ଚାୟତର ବଡତୋଟା ଗ୍ରାମର ନିରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମମତା ମହାପାତ୍ର ( ମିନି)  ଅଗଷ୍ଟ ମାସ ୧୧ ତାରିଖରେ ନିଖୋଜ ରହିଥିଲେ । ଏ ସମ୍ପର୍କରେ ନିରଞ୍ଜନ ବଳଙ୍ଗା ଥାନାରେ ଏକ ମିସିଙ୍ଗି ରିର୍ପୋଟ କରାଯାଇଥିଲା । ଆଜି କିଛି ଗ୍ରାମ ବାସୀ ମାନେ ଗ୍ରାମ ମୁଣ୍ଡରେ ଥବା କେନାଲ ପାଖ ଯୋରରେ ମହିଳାଙ୍କ ଶବ ଭାସୁଥବା ଦେଖିଥିଲେ । ଏହି ଖବର ପ୍ରସାରିତ ହେବା ପରେ ନିରଞ୍ଜନଙ୍କ ପରିବାର ଲୋକମାନେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ଏବଂ ବଳଙ୍ଗା ଥାନାକୁ ଖବର ଦେଇଥିଲେ । ଖବର ପାଇ ବଳଙ୍ଗା ଥାନା ଅଧିକାରୀ ରଶ୍ମିରଞ୍ଜନ  ପୁଷ୍ଟି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ନିମେନ୍ତ ପୁରୀ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।  ଶବଟି ପାଣିରେ ପଡି ପୋଚି ଯାଇଥିବାରୁ ମୃତ୍ୟୁର ସଠିକ ଜଣାପଡୁନାହିଁ । ପୋଷ୍ଟମଷ୍ଟମ ରିର୍ପୋଟ ଆସିବା ପରେ ଘଟଣା ସମ୍ପର୍କରେ ସଠିକ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ଅନ୍ୟ ପକ୍ଷେ ମହିଳାଙ୍କୁ ହତ୍ୟା କରାଯାଇଥିବା  ସନ୍ଦେହ କରାଯାଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୩---୭,୧୦    Sakhigopal News, 18/8/223

Blog Archive

Popular Posts