Breaking News

ସତ୍ୟବାଦୀ ଶିକ୍ଷା ମଣ୍ଡଳ ସ୍ତରୀୟ ବିଜ୍ଞାନ ସେମିନାର


ସାକ୍ଷୀଗୋପାଳ----
ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇ ଯାଇଛି।  ସତ୍ୟବାଦୀ ବ୍ଳକ ର ତେଇଶି ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଗାଇଡ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର ଓ ଅଧ୍ୟାପିକା ରୂପାଲୀ ସାହୁ ଜର୍ଜ ଭାବେ ଯୋଗ ଦେଇଥିଲେ। ତେଇଶି ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ରାୟ ଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମେଘନା ମିଶ୍ର ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାରରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି। ଗୋପୀନାଥ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ, ସତ୍ଯବାଦୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଂଜନ ପଟ୍ଟନାୟକ,ଶିକ୍ଷକ ମୃତ୍ୟଞ୍ଜୟ ମହାପାତ୍ର ଓ ଶିକ୍ଷୟିତ୍ରୀ ବୈଜୟନ୍ତୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୮/୨୦୨୩----୭,୧୦ , Sakhigopal News,26/8/2023

Blog Archive

Popular Posts