Breaking News

ଲକ୍ଷ୍ମୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ

 


ଓଡ଼ଗାଁ:- ଓଡ଼ଗାଁ ର ଲକ୍ଷ୍ମୀ ମନ୍ଦିର ପରିସରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବହୁତ ଦିନରୁ ଅଳ୍ପ ବର୍ଷା ହେଲେ ମନ୍ଦିର ପରିସରରେ ବର୍ଷାଜଳ ଜମି ରହିବା ଫଳରେ ମା'ଙ୍କ ଦର୍ଶନ ରୁ ଭକ୍ତ ବଞ୍ଚିତ ହେଉଥିଲେ। କିନ୍ତୁ ଗତ ମାସରେ ଛାତ୍ର ନେତା ଦିଲ୍ଲୀପ୍ କୁମାର ବିଶୋଇ ଓ ଲକ୍ଷ୍ମୀ ମନ୍ଦିର ଓ ବଜାର କମିଟିର ସଦସ୍ୟ ସମସ୍ତେ ମିଶି ଲକ୍ଷ୍ମୀ ମନ୍ଦିର ପରିସରରେ ଜମି ରହିଥିବା ବର୍ଷାଜଳ ଭିତରେ ଅଭିନବ ଉପାୟରେ ଧାନରୋଇ ପ୍ରତିବାଦ କରିଥିଲେ। ଯାହା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ଏବଂ ଆଗକୁ ଯଦି ସମସ୍ୟାର ସମାଧାନ କରାନଯାଏ ତେବେ ଆଗକୁ ଏଠାରେ ଧାନ ଅମଳ କରାଯିବା ନେଇ ମଧ୍ଯ ଚେତାବନୀ ଦିଆଯାଇଥିଲା। କିନ୍ତୁ ଆଜି ଏନ୍ଏସି ପକ୍ଷରୁ ବର୍ଷାଜଳ ନିଷ୍କାସନ କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଓଡ଼ଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରେ ଖୁବଶୀଘ୍ର ଏହାକୁ ଖୋଳାଯାଇ ଏହା ଉପରେ ଡ୍ରେନେଜ ବ୍ୟବସ୍ଥା କରିବା ସହ ମରାମତି କରାଯିବା ନେଇ ସେ କହିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୯/୮/୨୦୨୩-----୯,୩୫ Sakhigopal News,19/8/2023

Blog Archive

Popular Posts