Breaking News

ଦିନରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଓ ଖଣ୍ଡାରେ ଆକ୍ରମଣ କରି ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍


କନ୍ଧମାଳ ---- ବାଲିଗୁଡ଼ା ସହରରେଦିନ ୧୦ଟା ସମୟରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା'ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ଦୁର୍ବୃତ୍ତ  ମାନେ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଘଟଣା ପରେ ସହରବାସୀ ଏବେ ଆତଙ୍କିତ ଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ା ସହରର ମଧ୍ୟ ଭାଗରେ ଥିବା ନେହେରୁ ଛକ ନିକଟସ୍ଥ ମା'ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାଷ ଆଚାରୀ ଦୋକାନ ଖୋଲିବାକୁ ଘରୁ ଆସିଥିଲେ । ଦୋକାନ ତାଲା ଖୋଲୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ହଠାତ ଏକ ମୋଟର ସାଇକେଲରେ ଆସି ପ୍ରଥମେ ସୁବାଷଙ୍କ ବାମ ହାତକୁ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ସୁବାଷଙ୍କ ହାତରେ ଧରିଥିବା ଗହଣା ବ୍ୟାଗ ଦୁବୃର୍ତ୍ତ ମାନେ ଝାମ୍ପି
 ନେଇ ଘଟଣାସ୍ଥଳରୁ ଆଖୁ ପିଛୁଳାକେ ଚମ୍ପଟ ମାରିଥିଲେ । ସେପଟେ ସକାଳୁ ସକାଳୁ ସହରର ମଧ୍ୟ ଭାଗରେ ଏଭଳି ଘଟଣାକୁ ଦେଖି ସହରବାସୀ ଆତଙ୍କିତ ହୋଇ ରହିଛନ୍ତି I ସହର ସିସିଟିଭି ଲାଗିଥିବା ଫୁଟେଜେ କୁ ଯାଞ୍ଚ କରି ପୋଲିସ ତଦନ୍ତ ଜାରି ରଖିଛି I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୮/୨୦୨୩----୧,୨୦ Sakhigopal News,29/8/2023

Blog Archive

Popular Posts