କ ନୂଆଗାଁ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ
କ ନୂଆଗାଁ - ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାଇ କନ୍ଧମାଳ ଜିଲ୍ଲା କ ନୂଆଗାଁ କଂଗ୍ରେସ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି l କଂଗ୍ରେସ ବ୍ଲକ ସଭାପତି ଜିତେନ୍ଦ୍ର ଦିଗlଲଙ୍କ ନେତୃତ୍ବରେ ଆଜି ବିରାଟ ରାଲି ମାଧ୍ୟ୍ୟମରେ ଶତାଧିକ କଂଗ୍ରେସ କର୍ମୀ ବିଭିନ୍ନ ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ନଅ ଦଫା ଦାବି ସମ୍ବଳିତ ଦାବୀ ପତ୍ର ମହାମହିମ୍ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ବିଡିଓ ଜୟଦେବ ଦାସଙ୍କୁ ପ୍ରଦାନ କରିଛନ୍ତି l ବ୍ଲକ୍ ରେ ଚାଲିଥିବା ଶତକଡା 15 ପ୍ରତିଶତ ରୁ 50 ପ୍ରତିଶତ ପି ସି କାରବାର ବନ୍ଦ l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହେଉଥିବା ଦୁର୍ନୀତି ବନ୍ଦ l ବେକାରୀ ସମସ୍ୟା ଚାଷୀ ମାରଣ ନୀତି ନାରୀ ନିର୍ଯାତନା l ପେଟ୍ରୋଲ ଡିଜେଲ ଓ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦର ଦାମ ବୃଦ୍ଧି l କୃଷିଜାତ ଦ୍ରବ୍ୟ ର ଅଭାବୀ ବିକ୍ରି ଏବଂ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ କୁ ଦେଉଥିବା 50ଲକ୍ଷ ଟଙ୍କା ବ୍ଲକ୍ ଜରିଆରେ ନଦେଇ ସିଧସଳଖ ଗ୍ରାମ ପଞ୍ଚାୟତ କୁ ଦେବାପାଇଁ ପ୍ରମୁଖ ଦାବୀରେ ଉଲେଖ ରହିଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପେନ୍ଦ୍ର ପ୍ରଧାନ, ଯୁବ ନେତା ଆକାଶ ପ୍ରଧାନଓ 14ଟି ପଞ୍ଚାୟତର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୮/୨୦୨୩----୮,୪୫ Sakhigopal News,18/8/2023