Breaking News

ଡିଏଭି ପିଟି ଏସ୍ ଆର ବିଦ୍ୟାଳୟକୁ ‌ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ



ଭଞ୍ଜନଗର--  ସହୋଦୟ ବୋର୍ଡ ବ୍ରହ୍ମପୁର ଆନୁକୁଲ୍ୟରେ ଦିଲ୍ଲୀ ପବ୍ଲିକ ସ୍କୁଲ ତରଫରୁ  ସି.ବି.ଏସ.ସି ସ୍କୁଲ ମଧ୍ୟରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ତରଫରୁ ଦଶମ ଶ୍ରେଣୀର ଛାତ୍ରୀଦ୍ବୟ ୟନୂଶ୍ରୀ ଦାସ ଓ ସ୍ଥିତିରାଣୀ ସ୍ୱାଇଁ  ବରିଷ୍ଠ ବିଭାଗରେ ଏବଂ  ଅଷ୍ଟମ ଶ୍ରେଣୀର ଛାତ୍ର ଅନ୍ବେଷ ଅଭିଜ୍ଞାନ ପ୍ରଧାନ ଓ ଛାତ୍ରୀ ‌ଶୂନ୍ୟସ୍ପନ୍ଦନା ପ୍ରଧାନ  କନିଷ୍ଠ ବିଭାଗରେ ଅଂଶଗ୍ରହଣ କରି ସର୍ବ ବିଦ୍ୟାଳୟ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତିି। ଏହି ବିଦ୍ୟାଳୟର  ଇଂରାଜୀ ଶିକ୍ଷୟତ୍ରୀ ଜି.ସ୍ନୀଗ୍ଧାଓ ଶିକ୍ଷୟିତ୍ରୀ ମମିତା ତ୍ରିପାଠୀ ସେମାନଙ୍କ ପଥପଦର୍ଶକ ରହିଆସିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୩----୯,୫୦ Sakhigopal News,22/8/2023

Blog Archive

Popular Posts