Breaking News

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ


କନ୍ଧମାଳ ----- ବାଲିଗୁଡା ସଭାଗୃହ ଠାରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହ ରେ ପାଳିତ ହୋଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଏମ.ଏସ ମଧୁମିତା, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ବାଲିଗୁଡା ଡ଼ି.ଏଫ.ଓ ବିଶ୍ୱରାଜ ପଣ୍ଡା ସମେତ ବାଲିଗୁଡା ବିଡ଼ିଓ ଓ ତହସିଲଦାର ଯୋଗ ଦେଇଥିଲେ l ବାଲିଗୁଡା ଏନ. ଏ. ସି ର ସର୍ବାଙ୍ଗୀନ ଉନ୍ନତି ସହ ତେର ଗୋଟି ୱାର୍ଡ ର ବିକାଶ ନେଇ ସମସ୍ତେ ସଂକଳ୍ପବଦ୍ଧ ବୋଲି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ କହିଥିଲେ । ବାଲିଗୁଡା କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ. ଏ. ସି ମାନ୍ୟତା ଦେବା ପରେ ବାଲିଗୁଡା ସହର ରେ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି l ତେଣୁ ବାଲିଗୁଡା ଏନ. ଏ. ସି ର ସମସ୍ତ ପଦାଧିକାରୀ ଓ ଜନ ପ୍ରତିନିଧି ଙ୍କ ମଧ୍ୟ ରେ ସମନ୍ୱୟ ରହି କାର୍ଯ୍ୟ କଲେ ବାଲିଗୁଡା ସହର ଏକ ସରସ ସୁନ୍ଦର ଏନ.ଏ. ସି ଭାବେ ପରିଗଣିତ ହୋଇ ପାରିବ ବୋଲି ସାଂସଦ ପ୍ରତିନିଧି ଟୁନା ଦାସ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଏନ.ଏ. ସି ଅଧ୍ୟକ୍ଷ  ଡ଼ଃ ଗୋବିନ୍ଦ  
ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, କାଉନସିଲର ଓ ବାଲିଗୁଡା ଏନ. ଏ. ସି ର ସମସ୍ତ କର୍ମଚାରୀ ସ୍ୱାୟତ୍ତ ଶାସନ ଦିବସ ପାଳନ ସମାରୋହ ରେ ଉପସ୍ଥିତ ରହିଥିଲେ l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୮/୨୦୨୩---୯,୫୦ Sakhigopal News,31/8/2023

Blog Archive

Popular Posts