Breaking News

୨୬ ଲିଟର ଦେଶି ମଦ ଜବତ ଦୁଇ ବେପାରୀ ଗିରଫ

 

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ କାରବାର ବଡି ଚାଲିଛି । ସତ୍ୟବାଦୀ ପୋଲିସ ନିଶା ବେପାରୀ ମାନଙ୍କୁ ରୋକିବାରେ ବିଫଳ ହୋଇଛି । ପୁରୀ ଅବକାରୀ ବିଭାଗ ସାକ୍ଷୀଗୋପାଳରେ ଚଡାଉ କରି ଶହ ଶହ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରୁଥିବା ବେଳେ ସତ୍ୟବାଦୀ ପୋଲିସ ହାତଗଣତି ବା ଲୋକ ଦେଖାଣିଆ ଭାବେ ମଦ ଧରୁଥବା ଆଲେଚନାର ବିସିୟ ହୋଇଛି । ସତ୍ୟବାଦୀ ପୋଲିସ ବୀରମକୁନ୍ଦପୁର ଗ୍ରାମରେ ଜଡାଉ କରି ସଦାଶିବ ଜେନାଙ୍କ ନିକଟରୁ ୧୪ ଲିଟର ଦେଶୀ ମଦ ଜବତ କରିବାରେ ସଫଳ ହୋଇଛି । ତାଙ୍କ ନାମରେ ସତ୍ୟବାଦୀ ଥାନାରେ ୨୬୯/୨୩ରେ ଏକ କେସରୁଜ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସେହିପରି ସତ୍ୟବାଦୀ ଥାନା ଅନ୍ତର୍ଗତ ମୌଳିଖପାଟଣା ଗ୍ରାମର ଦୁର୍ଯ୍ୟେଧନ ଦାସଙ୍କ ନିକଟରୁ ୧୨ ଲିଟର ଦେଶୀ ମଦ ( ଆସ୍କଫଟି ) ମଦ ଜବତ କରିବାରେ ସତ୍ୟବାଦୀ ପୋଲିସ ସଫଳ ହୋଇଛି । ତାଙ୍କ ନାମରେ ୨୭୧/୨୩ରେ ଥାନାରେ ଏକ କେସରୁଜ କରାଯାଇ ମଦ ବେପାରୀ ଦୁଇଜଣଙ୍କୁ କୋର୍ଟ ପଠାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୩----୭,୧୦

Blog Archive

Popular Posts